ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ

ଭାରତକୁ ଚେକ୍ ଦେବାକୁ ସଂଘର୍ଷ କରୁଛି ଘରୋଇ ଦଳ ୱେଷ୍ଟଇଣ୍ଡିଜ : ତୃତୀୟ ଦିନ ଖେଳ ସୁଦ୍ଧା ୫ ୱିକେଟ ହରାଇ ୨୨୯ ରନ୍ ସଂଗ୍ରହ

କନକ ବ୍ୟୁରୋ : ପୋର୍ଟ ଅଫ୍ ସ୍ପେନରେ ଚାଲିଛି ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ୱିକେଟ ହରାଇ ୨୨୯ ରନ୍ କରିଛି । ପ୍ରଥମ ଟେଷ୍ଟରେ ଘରୋଇ ଦଳ ହାରିବା ପରେ ଏବେ ଦ୍ୱିତୀୟ ଟେଷ୍ଟରେ ସମ୍ମାନ ରଖିବାକୁ ସଂଘର୍ଷ କରୁଛି । ବ୍ରାଥୱେଟଙ୍କ ଲଢୁଆ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜର ସ୍ଥିତି ଟିକିଏ ମଜବୁତ ହୋଇଛି ।

ତେବେ ଅର୍ଦ୍ଧଶତକ ହାସଲ କରି ଆଗକୁ ବଢୁଥିବା ବେଳେ ଆର ଅଶ୍ୱୀନ ବୋଲଡ କରି ଚକମା ଦେବାରୁ ପାଭିଲିଅନକୁ ଫେରିଛନ୍ତି । ୱେଷ୍ଟଇଣ୍ଡିଜ ଏହି ବ୍ୟାଟସମ୍ୟାନ ୫ଟି ଚୌକା ଓ ଗୋଟିଏ ଛକା ସହ ୭୫ ରନ୍ କରିଛନ୍ତି । ସେହିପରି ଭାରତ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳୁଥିବା ମୁକେଶ କୁମାର ମାକେଞ୍ଜିଙ୍କୁ କ୍ୟାଚ ଆଉଟ କରି ପ୍ରଥମ ୱିକେଟ ହାସଲ କରିଛନ୍ତି । ଭାରତ ପ୍ରଥମ ଇନିଂସରେ ୪୩୮ ରନ ସଂଗ୍ରହ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe