ପ୍ରଥମ ଟି-୨୦ ଜିତିବାକୁ ଏମିତି ଟ୍ରିକ୍ ଆପଣାଇଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି । ଜାଣିବା ପରେ, ରାଗିଗଲେ ସୁନୀଲ ଗାଭାସ୍କର...

ପ୍ରଥମ ଟି-୨୦ ଜିତିବାକୁ ଏମିତି ଟ୍ରିକ୍ ଆପଣାଇଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି । ଜାଣିବା ପରେ, ରାଗିଗଲେ ସୁନୀଲ ଗାଭାସ୍କର...

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମ ଟି-୨୦ରେ ପରାଜୟ ବରଣ କରିଛି । ରୋହିତ ବାହିନୀ ଏକ ଦମଦାର ବିଜୟରୁ ଟି-୨୦ ସିରିଜ୍ ଆରମ୍ଭ କରିଛି । ହେଲେ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦କୁ ନେଇ ଏବେ ଏକ ବିବାଦ ଆରମ୍ଭ ହୋଇଛି । ଏପରିକି ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଏହି କଥାକୁ ନେଇ ପ୍ରଶ୍ନ କରିଛନ୍ତି ।

କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଖେଳାଳି ରୋଷ୍ଟନ୍ ଚେସ ତାଙ୍କ ହାତରେ ଏକ କଳା ରଙ୍ଗର କପଡା ପିନ୍ଧିଥିଲେ । ଯାହାକି କ୍ୟାମେରାରେ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ତେବେ ସେ କେଉଁ କାରଣରୁ ଏହି କଳା ରଙ୍ଗର କପଡା ପିନ୍ଧିଥିଲେ ତାହା ସ୍ପଷ୍ଟ ହୋଇନଥିବାବେଳେ, ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ସୁନୀଲ ଗାଭାସ୍କର ।

ଗାଭାସ୍କରଙ୍କ କହିବା କଥା, ଖେଳାଳିମାନଙ୍କର ହାତ ଆଘାତ ପ୍ରାପ୍ତ ହେଲେ,ସେମାନେ ହାତ ଆଙ୍ଗୁଠିରେ ଟେପ୍ ଲଗାଇଥାନ୍ତି । ହେଲେ ହାତକୁ କପଡା ଦ୍ୱାରା ପୂରା ଘୋଡାଇ ରଖିବାକୁ ଗାଭାସ୍କର ନାପସନ୍ଦ କରିଛନ୍ତି । ଏହାଦ୍ୱାରା କ୍ୟାଚ୍ ଧରିବା ଜଣେ ଖେଳାଳିମାନେ ସହଜ ହୋଇଯିବ ବୋଲି ସେ କହିଛନ୍ତି । ତେବେ ଏହା କ୍ରିକେଟର ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ ଓ ୱେଷ୍ଟଇଣ୍ଡିଜ୍ ଭିତରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବାକୁ ଅଛି । ଗତ ୧୬ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିବା ସହିତ ସିରିଜରେ ଏବେ ୧-୦ରେ ଆଗୁଆ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe