କନକ ବ୍ୟୁରୋ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ ମ୍ୟାଚ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ୱଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ତେଣୁ ବିଜୟ ସହ ଦିନିକିଆ ଅଭିଯାନ ଆରମ୍ଭ କରିବାକୁ ଜୋରଦାର ଚେଷ୍ଟା କରିବ ଭାରତୀୟ ଦଳ । ସେପଟେ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ ୱେଷ୍ଟଇଣ୍ଡିଜ ଦଳ । ଭାରତୀୟ ଦଳରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ସାର୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ଆହତ କାରଣରୁ ଭୁବନେଶ୍ୱର ବାଦ ପଡ଼ିଛିନ୍ତି । ସେହିପରି ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଦଳରେ କିଏ ରହିବେ, ତାରି ଉପରେ ନଜର ରହିବ । ଅପରାହ୍ନ ଦେଢ଼ଟାରୁ ଖେଳ ଆରମ୍ଭ ହେବ ।

Advertisment

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ସାର୍ଦୁଲ ଠାକୁର।

‌ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କିରଣ ପୋଲାର୍ଡ (ଅଧିନାୟକ), ସୁନୀଲ ଅମ୍ବ୍ରିସ, ସାଇ ହୋପ୍, ଖରି ପିଏରେ, ରସ୍ତନ ଚେଜ୍, ଆଲଜାରି ଜୋସେଫ, ସେଲଡନ୍ କଟ୍ରେଲ, ବ୍ରାଣ୍ଡନ କିଙ୍ଗ୍, ନିକୋଲାସ ପୂରନ, ସିମରନ୍ ହେଟମେର, ଏଭିନ ଲୁଇସ୍, ରୋମାରିଓ ସେଫାର୍ଡ, ଜାସନ ହୋଲ୍ଡର, କିମୋ ପଲ୍, ହେଡେନ୍ ୱାଲ୍ସ (ଜୁନିଅର)।