କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇ ପ୍ରଥମ ଟି-୨୦ ନିଜ ନାଁରେ କରିଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଭାରତକୁ ୧୫୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୭ଟି ବଲ୍ ବାକି ଥାଇ ଜିତି ନେଇଥିଲା ।

Advertisment

୨୦୧୮ ମସିହା ପରେ ଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ଦଶମ ଟି-୨୦ ମ୍ୟାଚ୍‌ରୁ ଭାରତ ନବମ ବିଜୟ ଅର୍ଜନ କରିଛି । ତା ସହିତ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରସ୍ତୁତି ପ୍ରଭାବୀ ବିଜୟରୁ ଆରମ୍ଭ କରିଛି । ଘରୋଇ ପରିବେଶରେ ବି ଲଗାତାର ଚତୁର୍ଥ ବିଜୟ ପାଇଛି । ଏହା ପୂର୍ବରୁ ଖେଳାଯାଇଥିବା ଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍ ଇଣ୍ଡିଆ ଲଗାତାର ୩ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିବା ସହ ଶୃଙ୍ଖଳା ପୋଛି ନେଇଥିଲା।

ଏହି ବିଜୟ ସହ ଭାରତ ୧-୦ରେ ସିରିଜ୍ ଆଗୁଆ ରହିଛି । ଡେବ୍ୟୁ ମାର୍ଚ୍ଚରେ ଦମଦାର୍ ପ୍ରଦର୍ଶନ କରିଥିଲେ ବିଷ୍ଣୋଇ । ଲେଗ୍ ସ୍ପିନର ବିଷ୍ଣୋଇ ୪ ଓଭର ବୋଲିଂ କରି ୧୭ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । ସେ ଭାରତର ଷଷ୍ଠ କନିଷ୍ଠତମ ସ୍ପିନର ଭାବେ ଅନ୍ତର୍ଜାତୀୟ ଟି-୨୦ରେ ପଦାର୍ପଣ କରିଛନ୍ତି । ଭାରତ କନିଷ୍ଠ ସ୍ପିନର ଭାବେ ଟି-୨୦ ପଦାର୍ପଣ ରେକର୍ଡ ୱାସିଂଟନ୍ ସୁନ୍ଦରଙ୍କ ନାଁରେ ରହିଛି ।