କନକ ବ୍ୟୁରୋ : ଦିନିକିଆ ସିରିଜ୍ ହାତେଇଲା ଭାରତ । ଦ୍ୱିତୀୟ ମ୍ୟାଚ୍ ଜିତି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରୋହିତ ଦଳ । ୨୩୮ ଟାର୍ଗେଟର ପିଛା କରି ୧୯୩ ରନରେ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍ ହୋଇଛି । ବୁଧବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ୪୩ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।
ହେଲେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ୬୪ ଏବଂ କେଏଲ୍ ରାହୁଲ ୪୯ଙ୍କ ୯୧ ରନ୍ର ଚତୁର୍ଥ ୱିକେଟ୍ ଭାଗୀଦାରି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ୍ କରିନେଇଥିଲା । ଭାରତର ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବା ସହ ସୂର୍ଯ୍ୟକୁମାର ଏକଦିବସୀୟ କ୍ରିକେଟ୍ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ହାସଲ କରିଥିଲେ। ୨୩୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍ର ମେରୁଦଣ୍ଡକୁ କିନ୍ତୁ ଭାରତୀୟ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଭାଙ୍ଗି ଦେଇଥିଲେ ।
୯ ଓଭରରେ ୩ ମେଡେନ୍ ସହ ମାତ୍ର ୧୨ ରନ୍ ବିନିମୟରେ ୪ ୱିକେଟ୍ କରାୟତ୍ତ କରିଥିଲେ ପ୍ରସିଦ୍ଧ । ଏହା ମଧ୍ୟ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା । ତାଙ୍କ ସହ ଶାର୍ଦୁଳ ଠାକୁର ୨ ୱିକେଟ୍ ନେବା ପରେ ୱେଷ୍ଟ୍ଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୪୬ ଓଭରରେ ମାତ୍ର ୧୯୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଇଣ୍ଡିଜ୍ ପକ୍ଷରୁ ସମାରା ବ୍ରୁକ୍ସ ସର୍ବାଧିକ ୪୪ ରନ୍ କରିଥିଲେ । ପ୍ରସିଦ୍ଧ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/5-15.jpg)