ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଭାରତ ମାଟିରେ କୋହଲି ଖେଳିବେ ୧୦୦ ତମ ୱାନଡେ

Advertisment
ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ଭାରତ ମାଟିରେ କୋହଲି ଖେଳିବେ ୧୦୦ ତମ ୱାନଡେ

କନକ ବ୍ୟୁରୋ : ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ତିନି ଟିକିଆ ସିରିଜ୍ର ପ୍ରଥମ ଦିନିକିଆ ଭାରତ ଜିତିଥିବାରୁ ଆଜି ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଚେଷ୍ଟା କରିବ ଭାରତ । ସେପଟେ ଇଣ୍ଡିଜ୍ ଜିତିଲେ ସିରିଜ୍ ୧-୧ରେ ବରାବର ହେବ । ଭାରତ ଚୂଡାନ୍ତ ଏକାଦଶରେ ପରିବର୍ତନ କଲେ ଦୀପକ ହୁଡ୍ଡାଙ୍କ ସ୍ଥାନରେ ରାହୁଲଙ୍କୁ ନିଆଯାଇପାରେ ।

ସେପଟେ ବିରାଟ କୋହଲି ଭାରତ ମାଟିରେ ଶହେ ତମ ଦିନିକଆ ଖେଳିବେ । ଘରୋଇ ପରିବେଶରେ ଶହେ ତମ ଦିନିକିଆ ମ୍ୟାଚ୍ ଖେଳିବାରେ ସେ ବିଶ୍ୱର ୩୬ ତମ ଓ ଭାରତର ପଂଚମ ଖେଳାଳି ହେବେ । ଘରୋଇ ପରିବେଶରେ ଶହେ ତମ ଦିନିକିଆ ମ୍ୟାଚ୍ ଖେଳିଥିବା ଭାରତୀୟଙ୍କ ମଧ୍ୟରେ ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ମହମ୍ମଦ ଆଝାରୁଦିନ୍ ଓ ଯୁବରାଜ ସିଂହ ରହିଛନ୍ତି ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ଟିମ୍ ଇଣ୍ଡିଆ ପାଖରେ ଦିନିକିଆ ସିରିଜ୍ ଜିତିବାର ସୁଯୋଗ ରହିଛି । ଭାରତ ମାଟିରେ କୋହଲି ୧୦୦ ତମ ୱାନଡେ ଖେଳିବେ । ତେବେ ଗତ ୧୩ ଦିନିକିଆରୁ ୯ଟିରେ ପୂରା ୫୦ ଓଭର ଖେଳି ପାରିନଥିବା ଇଣ୍ଡିଜ୍ ପାଇଁ ବୁଧବାର ବିଜୟ ଧାରାକୁ ଫେରିବା ସେ‌ତେଟା ସହଜ ହେବନି । ମ୍ୟାଚ୍ ଜିତି ଶୃଙ୍ଖଳା ବଞ୍ଚାଇବାକୁ ହେଲେ ଇଣ୍ଡିଜ୍ ବ୍ୟାଟର୍ ନିକୋଲାସ୍ ପୂରନ, ଅଧିନାୟକ କିରଣ ପୋଲାର୍ଡ ଏବଂ ଦୁଇ ଅଲରାଉଣ୍ଡର ଜାସନ ହୋଲ୍ଡର ତଥା ଫାବିଏନ୍ ଆଲେନଙ୍କୁ ଦକ୍ଷତା ମୂଳକ ପ୍ରଦର୍ଶନ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ୦-୩ରେ ହାରିବାର ଦୁଃଖକୁ ବୁଧବାର ବିଜୟରେ ଦୂର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଦ୍ବିତୀୟ ଦିନିକିଆରେ ଖେଳିବାକୁ ଥିବା ଉଭୟ ଦଳର ଏକାଦଶକୁ ଦେଖିଲେ ଇଣ୍ଡିଜ୍ ବ୍ୟାଟର୍‌ ସାଇ ହୋପ୍ ଏବଂ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିସାରିଥିବା ଭାରତୀୟ ଯୁବ ତାରକା କେଏଲ୍ ରାହୁଲଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ତୀକ୍ଷ୍ଣ ନଜର ରହିବ। ବୋଲିଂ ବାହିନୀ କଥା ବିଚାରକୁ ନେଲେ ପ୍ରଥମ ଦିନିକିଆରେ ଭାରତର ଦୁଇ ଉଦୀୟମାନ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ପ୍ରସିଦ୍ଧକ୍ରିଷ୍ଣା ଇଣ୍ଡିଜ୍ ବ୍ୟାଟର୍‌ଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ । ତେବେ ଦୁଇସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱାସିଂଟନ୍ ସୁନ୍ଦର ହିଁ ପ୍ରତିପକ୍ଷ ଇଣ୍ଡିଜ୍‌ର ବିପର୍ଯ୍ୟୟ ଘଟାଇଥିଲେ ।

ଏହି ଦୁଇ ଜଣଙ୍କ ପ୍ରଦର୍ଶନ ଭାରତ ପାଇଁ ଢେର ମହତ୍ବ ରଖିବ । ଇଣ୍ଡିଜ୍ ପାଇଁ ଅଭିଜ୍ଞ ଦ୍ରୁତ ବୋଲର କେମାର ରୋଚ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରନ୍ତି । ଭାରତ ଯଦି ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କଲେ ତାହେଲେ ଗତମ୍ୟାଚ୍‌ରେ ପଦାର୍ପଣ କରିଥିବା ଦୀପକ ହୁଦାଙ୍କ ସ୍ଥାନ ରାହୁଲ ନେବେ । ରୋହିତ ଓ ଈଶାନ କିଶନ ପାଳି ଆରମ୍ଭ କରୁଥିବାରୁ ସମ୍ଭବତଃ ମଧ୍ୟକ୍ରମରେ ଖେଳି‌ବେ ସେ । ସେପଟେ ପ୍ରଥମ ଦିନିକିଆ ଖେଳିଥିବା ଏକାଦଶକୁ ୱେଷ୍ଟଇଣ୍ଡିଜ୍ ଆଉ ଏକ ସୁଯୋଗ ଦେଇପାରେ। ବିସ୍ଫୋରକ ଓପନର ଓଡେନ୍ ସ୍ମିଥ୍ ଏବଂ ଏନକ୍ରୁମା ବନରଙ୍କ ରୂପରେ ଅବଶ୍ୟ ଦଳ ପାଖରେ ଦୁଇଟି ଭଲ ବିକଳ୍ପ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe