କନକ ବ୍ୟୁରୋ : ତୃତୀୟ ତଥା ଟି-୨୦ ସିରିଜର ଶେଷ ମ୍ୟାଚରେ ୱେଷ୍ଟ-ଇଣ୍ଡିଜକୁ ୧୭ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ୩-୦ରେ ବିଜୟୀ ହେବା ସହ ଟି-୨୦ ଶୃଙ୍ଖଳାକୁ ପୋଛି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ଭାରତ କରିଥିଲା ୧୮୪ ରନ୍ । ଶେଷ ୫ ଓଭରରେ ଧୁଆଁଧାର ବ୍ୟାଟିଂ କରିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର । ସୂର୍ଯ୍ୟକୁମାର ଯାଦବ ମାତ୍ର ୩୧ଟି ବଲ୍ ଖେଳି ୬୫ ରନ୍ କରିଥିବା ବେଳେ ଭେଙ୍କଟେଶ ଆୟର ୧୯ ବଲରେ ୩୫ ରନ୍ କରି ଅପରାଜିତ ରହିଥିଲେ ।

Advertisment

ଫଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୧୮୫ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ । ଏହି ଟାର୍ଗେଟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରାରମ୍ଭିକ ଯୋଡି ଶୀଘ୍ର ଆଉଟ୍ ହୋଇଯିବା ପରେ ନିକୋଲାସ୍ ପୁରନ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ । ନିକୋଲାସ୍ ପୁରନ୍ ସର୍ବାଧିକ ୬୧ ରନ୍ କରିଥିବା ବେଳେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ୱେଷ୍ଟଇଣ୍ଡିଜ୍ । ଫଳରେ ବିଜୟ ଲକ୍ଷ୍ୟରୁ ପଛରେ ପଡିଯାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୭ ରନ୍ କରିବାକୁ ସମର୍ଥ ହୋଇଥିଲା ଦଳ ।