ସିରିଜ୍ ବିଜୟ ଅପେକ୍ଷାରେ ଭାରତ । ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟିଟ୍ୱେଂଟି । ଟିମ୍ ଇଣ୍ଡିଆରେ ଅଦଳ ବଦଳ ଆଶା କମ୍, ବୋଲିଂ ଓ ଫିଲଡିିଂ ଉପରେ ରହିବ ନଜର

ସେପଟେ ସିରିଜ୍ ବରାବର ଲକ୍ଷ୍ୟରେ କାରିବିୟାନ ଟିମ୍

313

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ପାଖରେ ପୁଣି ଏକ ଶୃଙ୍ଖଳା ବିଜୟ ସୁଯୋଗ । ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିଅମରେ ଆଜି ଖେଳାଯିବ ଦ୍ୱୀତିୟ ଟିଟ୍ୱେଂଟି । ପ୍ରଥମ ମ୍ୟାଚକୁ ୬ ଉଇକେଟରେ ଜିତି ନେଇଥିବା ଭାରତୀୟ କ୍ରିକେଟ୍ ଟିମ୍, ଆଜିର ମ୍ୟାଚ୍ ଜିତିଲେ, ସିରିଜ୍ ଉପରେ କବଜା କରିନେବ । ଭାରତ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି । ଗତ ୧୩ ମାସ ଭିତରେ ଭାରତ ୬ ଥର ଇଣ୍ଡିଜ ଟିମକୁ ଭେଟିଥିବା ବେଳେ ସବୁଥର ବିଜୟୀ ହୋଇଛି ।
ତେବେ ଆଜିର ମ୍ୟାଚ୍ ପାଇଁ ବୋଲିଂ ଓ ଫିଲଡିଂ ଉପରେ ଗୁରୁତ୍ୱ ଦେବାକୁ ପଡିବ । କାରଣ ପ୍ରଥମ ମ୍ୟାଚରେ ୫ଟି କ୍ୟାଚ୍ ହାତଛଡା କରିଥିଲେ ଭାରତୀୟ ଖେଳାଳି । ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆରେ ଅଦଳ ବଦଳର ଆଶା କମ୍ । ସେପଟେ ଭ୍ରମଣକାରୀ ଦଳ, ଆଜିର ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଉଦ୍ୟମ କରିବ । ଆଜି ଗ୍ରୀନଫିଲ୍ଡର ପିଚ୍ରେ ବଲ୍ ଅଧିକ ସୁଇମ୍ କରିବ । ତେଣୁ ଫାଷ୍ଟ ବୋଲରଙ୍କୁ ଫାଇଦା ମିଳିବା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଋଷବ ପନ୍ତ, ଶ୍ରେୟସ୍ ଆୟର, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୱାସିଂଟନ ସୁନ୍ଦର, ଦୀପକ ଚହର, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଲେଣ୍ଡଲ ସିମନ୍ସ, ଏଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ୍, ସିମରନ୍ ହେଟମେୟର, ନିକୋଲାସ ପୂରନ, କିରଣ ପୋଲାର୍ଡ (ଅଧିନାୟକ), ଜାସନ ହୋଲ୍ଡର, ଖରି ପିଏରେ, କେସ୍ରିକ ୱିଲିୟମ୍ସ, ସେଲଡନ କଟରେଲ, ହେଡେନ ୱାଲ୍ସ।