କନକ ବ୍ୟୁରୋ : ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଜିତିଲା ଭାରତ । ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ଟିମକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମାଙ୍କ ଅର୍ଦ୍ଦଶତକ, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡାଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ ଜିତିବା ସହିତ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ପ୍ରଥମେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରି ୪୩.୫ ଓଭରରେ ୧୭୬ ରନ୍ କରି ଅଲଆଉଟ ହୋଇଥିଲା ।

Advertisment

ଜବାବରେ ଭାରତ ୨୮ ଓଭରରେ ୪ଟି ୱିକେଟ ହରାଇ ୧୭୮ ରନ୍ କରି ସହଜରେ ମ୍ୟାଚ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୦ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୪ ଓ ଡେବ୍ୟୁଟାଂଟ ଦୀପକ ହୁଡା ୨୬ ରନ୍ କରି ଅପରାଜିତ ଥିଲେ । ସେହିପରି ଅଣ୍ଡର-୧୯ ବିଶ୍ୱକପରେ ପୁଣି ଦମ୍ ଦେଖାଇଛି ଭାରତ । ପଂଚମଥର ପାଇଁ ଅଣ୍ଡର-୧୯ ବିଶ୍ୱକପରେ ଭାରତ ବିଜୟୀ ହୋଇଛି । ଫାଇନାଲ ମ୍ୟାଚରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ବିଶ୍ୱକପ୍ ବିଜୟୀ ହୋଇଥିଲା । ଏହି ପରାଜୟ ପରେ ଇଂଲଣ୍ଡ ୨୪ ବର୍ଷ ପରେ ଟ୍ରଫି ଜିତିବାର ଆଶା ଭାଙ୍ଗିଯାଇଛି ।

ଚହଲ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ସେ ମଧ୍ୟ ଦ୍ବିତୀୟ ଦ୍ରୁତତମ ଭାରତୀୟ ସ୍ପିନର ଏବଂ ପଞ୍ଚମ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ୍ ପୂରଣ କରିଥିଲେ । ପ୍ରଥମ ମ୍ୟାଚ୍ ଜିତିବା ପରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ପାଖରେ ଶୃଙ୍ଖଳା ବିଜୟର ସୁଯୋଗ ରହିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ରବିବାର ରୋହିତଙ୍କ ନେତୃତ୍ବରେ ବିଜୟ ଧାରାକୁ ଫେରିଥିଲା ।