କନକ ବ୍ୟୁରୋ : ଆଜି ଭାରତ-ଶ୍ରୀଲଙ୍କା ନିର୍ଣ୍ଣାୟକ ଟି-୨୦ । ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ରାଜକୋଟରେ ଖେଳାଯିବ । ସୌରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଦଳ ଆଉ ଏକ କଡ଼ା ଟକ୍କର ଦେବ । ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ ଦେଇଛି । ଏବେ ଶୃଙ୍ଖଳା ୧-୧ରେ ରହିଛି । ଆଜି ଯିଏ ଜିତିବ ସେ ଶୃଙ୍ଖଳା ଜିିତିବ । ରାଜକୋଟରେ ସମସ୍ତ ଫର୍ମାଟରେ ରନ୍ ବର୍ଷା ହେଉଥିବାରୁ ଆଜି ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି ।

Advertisment

ତଥାପି ରାଜକୋଟରେ ଖେଳାଯାଇଥିବା ୪ ଟିି-୨୦ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଦୁଇଟି ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ଦୁଇଟି ଜିତିଛନ୍ତି । ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଡେଥ୍ ଓଭର ବୋଲିଂ । ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ଟି ଶୃଙ୍ଖଳା ଜିତିଥିବା ବେଳେ ଶନିବାର ଏହି ଧାରାକୁ ଆଗକୁ ନେବା ନେଇ ସନ୍ଦେହ ରହିଛି । ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା । ଶନିବାର ଶ୍ରୀଲଙ୍କା ଜିତିଲେ ଭାରତରେ ମଧ୍ୟ ପ୍ରଥମ ଥର ଟିି-୨୦ ଶୃଙ୍ଖଳା ଜିତିବାର ଗୌରବ ପାଇବ ।

ଭାରତ ସମ୍ଭାବ୍ୟ ୧୧ : ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧ : ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ସାଦିରା ସମରବିକ୍ରମା/ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, କାସୁନ ରଜିଥା, ଦିଲସାନ୍‌ ମଧୁଶଙ୍କା।