କନକ ବ୍ୟୁରୋ : ଶ୍ରୀଲଙ୍କାକୁ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୬୨ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ସିରିଜ ଆଗୁଆ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଦୁଇ ୱିକେଟ ହରାଇ ୧୯୯ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଇଶାନ କିସାନ ୫୬ ବଲରୁ ୮୯ ରନ ଓ ଶ୍ରେୟସ ଆୟାର ୨୮ ବଲ ଖେଳି ୫୭ ରନ କରିଥିଲେ । ୨୦୦ରନର ବିଜୟ ଲକ୍ଷ୍ୟ ପାଇବା ପରେ ଶ୍ରୀଲଙ୍କା ଆରମ୍ଭରୁ ଚାପରେ ରହିଥିଲା । ଫଳରେ ୨୦ ଓଭରରେ ୬ ଓକ୍ୱିକେଟ ହରାଇ ୧୩୭ ରନ କରିପାରିଥିଲା ଶ୍ରୀଲଙ୍କା ।
ଭ୍ରମଣକାରୀ ଶ୍ରୀଲଙ୍କା ଗୁରୁବାର ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଏହି ନିଷ୍ପତ୍ତି ତା ପାଇଁ ଏକପ୍ରକାର ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ୍ ରକ୍ଷକ ବ୍ୟାଟର୍ ଈଶାନ କିଶନ ପ୍ରଥମ ୱିକେଟ୍ରେ ୧୧୧ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ମାତ୍ର ୬ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ରୋହିତ ନିଜ ୪୪ ରନ୍ ପାଳି ଭିତରେ ବିରଳ ବିଶ୍ବ କୀର୍ତ୍ତିମାନ କରି ନେଇଥିଲେ। ସେ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଯାଇଥିଲେ । ରୋହିତଙ୍କ ଆଉଟ୍ ପରେ ବି ଈଶାନ ବହୁ ଦର୍ଶନୀୟ ସଟ୍ ଖେଳିଥିଲେ । ଦ୍ବିତୀୟ ଅର୍ଦ୍ଧଶତକ ସହ ୮୯ ରନ୍ କରି ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରି ନେଇଥିଲେ ।
ତେବେ ଭାରତ ପାଇଁ ସବୁଠୁ ମନୋରଞ୍ଜନ ଭରା ପାଳି ଶ୍ରେୟସ୍ ଆୟର ୫୭* ଖେଳିଥିଲେ। ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍ରୁ ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ନେଇ ଭାରତ ସ୍କୋରକୁ ସେ ହିଁ ୧୯୯/୨ରେ ପହଞ୍ଚାଇ ଦେଇଥିଲେ । ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ରବୀନ୍ଦ୍ର ଜାଦେଜା ୩ ରନ୍ କରି ତାଙ୍କ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ୧୫ ଓଭରରେ ୧୩୦ ରନ୍ କରିଥିବା ଭାରତ ଶେଷ ୫ ଓଭରରୁ ୬୯ ରନ୍ ଅମଳ କରି ଶ୍ରୀଲଙ୍କାକୁ ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକଦିବସୀୟ ପଦାର୍ପଣ କରିଥିବା ବରୋଦା ଅଲରାଉଣ୍ଡର ଦୀପକ ହୁଦା ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/FMYJZ31WUAgX7Cd.jpg)