କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଯୁବଦଳ ଆଜି ଖେଳିବ ପ୍ରଥମ ଦିନିକିଆ ମୁକାବିଲା ମ୍ୟାଚ । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚକୁ କରୋନା କାରଣରୁ ୫ ଦିନ ଘୁଂଚାଇ ଦିଆଯାଇଥିଲା । ବର୍ତ୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଇଂଲଣ୍ଡ ଗସ୍ତରେ ରହିଛି । ତେଣୁ ଶିଖର ଧବନଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ ଏହି ଦଳ ।
ଦଳରେ ଶିଖର ଧବନ କ୍ୟାପଟେନ, ପୃଥ୍ୱୀ ସ', ଦେବଦତ୍ତ ପାଡିକ୍କଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ନୀତିଶ ରାଣା, ଇସାନ କିଷନ, ସଂଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ରାହୁଲ ଚହର, ଭୁବନେଶ୍ୱର କୁମାର, ଚେତନ ସାକାରିଆ ଓ ନଭଦୀପ ସାଇନିଙ୍କ ପରି ଯୁବ ଖେଳାଳି ରହିଛନ୍ତି । ଭାରତୀୟ ଯୁବ ଦଳ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ । ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ଏକ ଅଲଗା ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଛି । ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟରେ ଏପରି ଦେଖିବାକୁ ମିଳିଛି ।
ସେପଟେ ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ ଦଳ ସେତେଟା ଶକ୍ତିଶାଳି ନାହିଁ । ଇଂଲଣ୍ଡରେ ଜୈବବଳୟ ଭାଙ୍ଗିବା ଅଭିଯୋଗରେ ଦଳରୁ ସସପେଣ୍ଡ ହୋଇଛନ୍ତି କୁସଲ ମେଣ୍ଡିଜ ଏବଂ ନିରୋଶାନ ଡିକୱାଲା । କୁସାଲ ପେରେରା ଆହତ ହୋଇ ଦଳରୁ ବାହାରେ ଅଛନ୍ତି । ଏପରି ସମୟରେ ସିଂହଳି ଦଳର ନେତୃତ୍ୱ ଦାସୁନ ସନକାଙ୍କୁ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/logo-2.jpg)