କନକ ବ୍ୟୁରୋ: ବାରବାଟୀରେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ସରକାରଙ୍କ ଅନୁମତି । ଟି-୨୦ ମ୍ୟାଚ ପାଇଁ ଜୁନ ୧ରୁ ଅନଲାଇନ ଟିକେଟ । ୯ ଓ ୧୦ ତାରିଖରୁ ଅଫଲାଇନରେ ମିଳିବ ଟିକେଟ । ସେହିପରି ଟିକେଟ ବିକ୍ରି ଶୃଙ୍ଖଳିତ ଉପରେ ନଜର ରଖିବ ପୋଲିସ । ଅନଲାଇନ ଟିକେଟ ବିକ୍ରିରେ ଅନିୟମିତତା ଉପରେ ଗୁରୁତ୍ୱ ଦିଆଯିବ । ୧୦ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ । ଅଘଟଣ ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Advertisment

ଦୀର୍ଘ ଦୁଇ ବର୍ଷ ୮ ମାସ ପରେ ବାରବାଟୀରେ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ସମୟରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଖେଳାଳିମାନେ ଜୁନ ୧୦ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ ବିଶିଷ୍ଟ ସିିରିଜର ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ ।