ବାରବାଟୀ ମ୍ୟାଚରେ ବଢିପାରେ ଟିକେଟ ଦର: ଦର୍ଶକଙ୍କୁ ଅନୁମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ ଓସିଏ

227

କନକ ବ୍ୟୁରୋ: ବାରବାଟିରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରେ ବଢ଼ିପାରେ ଟିକେଟ୍ ଦର । ଟିକେଟ ମୂଲ୍ୟ ସହିତ ୧୮ପ୍ରତିଶତ ଜିଏସଟି ଦେବେ ଦର୍ଶକ । ଏଥିସହ ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । ଖୁବଶୀଘ୍ର ସରକାର ଏନେଇ ଅନୁମତି ପ୍ରଦାନ କରିବେ ବୋଲି ଆଶା ରଖିଛି । ମ୍ୟାଚ ପାଇଁ ଆଜି ବସିଥିବା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ବାରବାଟୀରେ ୪୪ ହଜାର ସିଟର କ୍ଷମତା ରହିଛି । ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନର ଅନୁମତି ମିଳିଲେ ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ସଞ୍ଜୟ କହିଛନ୍ତି । ଜୁନ୍ ୧୨ରେ ଭାରତ- ଦକ୍ଷିଣଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ହେବ ।