ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବର୍ତ୍ତମାନ ଚାଲିଥିବା ଫ୍ରିଡମ୍ ଟ୍ରଫି ୨୦୧୯ ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତୃତୀୟ ଟେଷ୍ଟ୍ ମଧ୍ୟ ଜିତିଯାଇଛି । ଭାରତ ଟେଷ୍ଟ ସିରିଜ୍ ୩-୦ ରେ ବିଜୟ ହାସଲ କରିଛି । ବିରାଟ୍ ବ୍ରିଗେଟ୍ ଏହି ଖେଳରେ ବିଜୟୀ ହୋଇ କ୍ରିକେଟ୍ ପ୍ରେମୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି । ବିଶାଖାପଟନମ୍ ରେ ଆୟୋଜିତ ହୋଇଥିବା ଏହି ସିରିଜ୍ ର ପ୍ରଥମ ଟେଷ୍ଟ୍ ଭାରତୀୟ ଟିମ୍ ୨୦୩ ରନ୍ ଏବଂ ପୁଣେରେ ଆୟୋଜିତ ହୋଇଥିବା ଦ୍ୱିତୀୟ ଟେଷ୍ଟ୍ ରେ ୧୩୭ ରନ୍ ରେ ଜିତିଥିଲେ । ତୃତୀୟ ଟେଷ୍ଟ୍ ରେ ୨୦୨ ରନ୍ ରେ ଖେଳ ଜିତି ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ବିରାଟ ବାହିନୀ ।
#INDvsSAThe best job 10 crores for sleeping and boozing ! #INDvsSA#RaviShastri@RaviShastriOfc@SGanguly99@BCCI@imVkohlipic.twitter.com/CqUuwcZy9X
— Rohit Bareth (@rohit_bareth) October 21, 2019
ଖେଳକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି କୋଚ୍ ରବି ଶାସ୍ତ୍ରୀ । ସୋସିଆଲ୍ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ରବି ଶାସ୍ତ୍ରୀ ଶୋଇଥିବା ନଜର ଆସୁଛନ୍ତି । ତାଙ୍କର ଏହି ଫଟୋକୁ ନେଇ ଖୁବ୍ ମିମ୍ସ ମଧ୍ୟ ପ୍ରସ୍ତୁତ ହୋଇଛି । କ୍ରିକେଟ୍ ପ୍ରେମୀ ତାଙ୍କର ଏହି ନିଦକୁ ୧୦ କୋଟିର ନିଦ ବୋଲି କହିବାକୁ ଛାଡୁନାହାନ୍ତି । ରାଞ୍ଚୀ ଟେଷ୍ଟ୍ ମ୍ୟାଚର ତୃତୀୟ ଦିନରେ କୋଚ୍ ରବି ଶାସ୍ତ୍ରୀ ଡ୍ରେସିଙ୍ଗ୍ ରୁମରେ ଶୋଇଥିବା ନଜର ଆସିଥିଲେ । ଆପଣଙ୍କୁ କହିରଖୁଛୁ କୋଚ୍ ରବି ଶାସ୍ତ୍ରୀଙ୍କ ବାର୍ଷିକ ଦରମା ୮ କୋଟି ଥିବାରୁ ଏବଂ ଦାୟିତ୍ୱପୂର୍ଣ୍ଣ ପଦବୀରେ ଥାଇ ଖେଳ ମଧ୍ୟରେ ଶୋଇପଡିଥିବାରୁ କ୍ରିକେଟ୍ ପ୍ରେମୀ ତାଙ୍କର ଅନେକ ମିମ୍ସ ପ୍ରସ୍ତୁତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/SASTRI.jpg)