ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ

368

କନକ ବ୍ୟୁରୋ : ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ମହମ୍ମଦ ସିରାଜ, ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ମାଚ ଜିତିଛି ଭାରତ । ଦ୍ୱିତୀୟ ଇନିସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତକୁ ଜିତିବାକୁ ୭୯ ରନର ଆବଶ୍ୟକ ଥିଲା । ତିନିଟି ୱିକେଟ ହରାଇ ଭାରତ ମ୍ୟାଚ ଜିତି ନେଇଛି । ଯଶସ୍ୱୀ ଜୟଶ୍ୱାଲ ୨୮, ଶୁଭମନ ଗିଲ ୧୦, ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ । ରୋହିତ ୧୭ ରନରେ ନଟଆଉଟ ରହି ମ୍ୟାଚ ଜିତାଇଛନ୍ତି । ବୁମରା ୬୧ ରନ ଦେଇ ୬ ୱିକେଟ ନେଇଛନ୍ତି । ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ଜିତିଥିବାରୁ ସିରିଜ ୧-୧ ରେ ବରାବର ହୋଇଯାଇଛି । ପ୍ରଥମ ଦିନରେ ଉଭୟ ଦଳର ୨୩ ଟି ୱିକେଟ ପଡିଥିଲା । ମହମ୍ମଦ ସିରାଜ ୬ ୱିକେଟ ନେଇଥିଲେ । ଆଉ ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପ୍ରଥମ ଇନିସରେ ୧୫୩ ରନ କରିବାରେ ସକ୍ଷମ ହୋଇଥିଲା ।