କାଲି ଦକ୍ଷିଣଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଧର୍ମଶାଳାରେ ଜୋରଦାର ଅଭ୍ୟାସ କଲା ବିରାଟ ବାହିନୀ ।

494

କନକ ବ୍ୟୁରୋ : ଆସନ୍ତାକାଲି ଦକ୍ଷିଣଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଧର୍ମଶାଳାରେ ଦିନ ୧.୩୦ ମିନିଟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ମ୍ୟାଚ୍ ପୂର୍ବରୁ ଜୋରଦାର ଅଭ୍ୟାସ କରିଛନ୍ତି ଉଭୟ ଦଳ । ଧର୍ମଶାଳାରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଟିମ ଇଣ୍ଡିଆ ଜୋରସୋରରେ ଅଭ୍ୟାସ ଚଳାଇଛି । କାଲି ଧର୍ମଶାଳାରେ ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ଖେଳାଳିମାନେ ମଧ୍ୟ ଅଭ୍ୟାସ କରିଥିଲେ । ରବିବାର ଦିନ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ ତାରିଖ ଠାରୁ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ନିଜର ଟିମ୍‌ ଘୋଷଣା କରିଥିଲା ।

ଏହି ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ଵନ୍‌ଙ୍କୁ ସ୍ଥାନ ମିଳିଥିବାବେଳେ ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଧର୍ମଶାଳା, ଦ୍ୱିତୀୟ ମ୍ୟାଚ୍‌ ୧୫ ତାରିଖରେ ଲକ୍ଷ୍ନୌ ଓ ତୃତୀୟ ତଥା ଫାଇନାଲ ମୁକାବିଲା ୧୮ରେ କୋଲକାତାରେ ଖେଳାଯିବ ।

ଭାରତୀୟ ଟିମ୍‌ : ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ପୃଥ୍ଵୀ ସ, କେଏଲ୍‌ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନଭଦୀପ ସଇନି, କୁଲଦୀପ ଯାଦବ ଓ ଶୁଭମନ ଗିଲ ।