କନକ ବ୍ୟୁରୋ : ଗତକାଲି ହାଇଭୋଲ୍ଟେଜ୍ ମ୍ୟାଚରେ ପାକିସ୍ତା ପ୍ରଥମଥର ପାଇଁ ଭାରତ ଠାରୁ ବିଜୟର ସ୍ୱାଦ ଚାଖିଛି । କିନ୍ତୁ ମ୍ୟାଚର ଶେଷରେ ପଡିଆରେ ଏମିତି ଏକ ଖାସ ମୁହୁର୍ତ୍ତ ଦେଖିବାକୁ ମିଳିଥାଲା ଯାହକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନବାସୀ ବି ପ୍ରଶଂସା ନକରି ରହିପାରୁନାହାନ୍ତି ।
Spirit of Cricket!! 👏👏👏 pic.twitter.com/pH6UfrRcKf
— Pakistan Cricket (@TheRealPCB) October 24, 2021
ପାକିସ୍ତାନଠାରୁ ଭାରତ ହାରିବା ପରେ ପଡିଆରେ ଯେତେବେଳେ ଉଭୟ ଦଳର ଖେଳାଳି ଉଭୟ ଦଳର ଖେଳାଳିଙ୍କୁ ସୌଜନ୍ୟମୂଳକ ଭାବେ ଶୁଭେଚ୍ଛା ଜଣାଉଥିଲେ ସେତେବେଳେ ବିରାଟ କୋହଲି ପାକିସ୍ତାନର ଅଧିନାୟକ ବାବର ଆଜମ୍ ଏବଂ ରଜୱାନଙ୍କୁ ଶୁଭେଚ୍ଛା ଜଣାଉଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପାକିସ୍ତାନ ଦଳର ରିଜୱାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଆଲୀଙ୍ଗନ କରିଥିଲେ । ଯାହାକୁ ନେଇ ଏବେ ପାକିସ୍ତାନରେ ବିରାଟଙ୍କ ପ୍ରଶଂସା କରୁଛନ୍ତି ଲୋକେ । ଏହା ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସେହି ମୁହୁର୍ତ୍ତର ଏକ ଫଟୋକୁ ଟ୍ୱିଟ୍ କରି ଲେଖିଛି ‘ସ୍ପିରିଟ୍ ଅଫ୍ କ୍ରିକେଟ୍’ । ସେପଟେ ପାକିସ୍ତାନର କିଛି କ୍ରିକେଟ୍ ପ୍ରେମୀ ମଧ୍ୟ ଏହି ଫଟୋକୁ ଟ୍ୱିଟ୍ କରି ଲେଖିଛନ୍ତି ‘ମୋମେଣ୍ଟ ଅଫ୍ ଦ ଇୟର’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/21-23.jpg)