ଆଜି ଟି-୨୦ ବିଶ୍ୱକପର ବଡ଼ ମୁକାବିଲା । ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ । ସୁପର୍ ସଣ୍ଡେରେ ସୁପର୍ ମୁକାବିଲା

105

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପରେ ହେବ ବଡ଼ ମୁକାବିଲା । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ । ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି । ସୁପର ଓଭରରେ ନୂଆ ଟିମ୍ ଆମେରିକାଠୁ ପାକିସ୍ତାନ ହାରିଥିବା ବେଳେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ତେଣୁ ବାବର ବାହିନୀ ଅପେକ୍ଷା ରୋହିତ ବାହିନୀର ମନୋବଳ ଦୃୃଢ ରହିଛି । କିନ୍ତୁ ଆମେରିକାର ପିଚ୍ ଭଲ ନଥିବାରୁ ଚିନ୍ତାରେ ଅଛି ଟିମ ମ୍ୟାନେଜମେଣ୍ଟ । ଭଲ ରନ ହେଉନଥିବାରୁ ପିଚ ଖେଳର ମୋଡ ବଦଳାଇ ଦେବାର ସମ୍ଭାବନା ରହିଛି ।

ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ ଟିରେ ବିଜୟୀ ହୋଇଛି । କିନ୍ତୁ ପାକିସ୍ତାନ ଟିମରେ ବାବର ଆଜମ, ଫକର ଜମାନ, ହରିସ ରୌଫ, ମହମ୍ମଦ ଅମିରଙ୍କ ଭଳି ଅଭିଜ୍ଞ ଖେଳାଳି ଥିବାରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।