ଟି-୨୦ ବିଶ୍ୱକପ ପାଇଁ ୟୁଏଇ ବାହାରିଲା ପାକିସ୍ତାନ: ଫ୍ୟାନ କହିଲେ, ଭାରତଠୁ ଜିତିକି ଆସିବ ନହେଲେ…

1,037

କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ଆଉ ଏଥିପାଇଁ ପ୍ରତ୍ସୁତି ଆରମ୍ଭ ହୋଇସାରିଲାଣି । ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୨୪ ତାରିଖରେ ଭେଟିବ । ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଆଜି ୟୁଏଇ ଗସ୍ତ କରିଛି । ଯେଉଁଠି ବିଶ୍ୱକପ ମ୍ୟାଚ ଖେଳାଯିବ । ତେବେ ଏହି ଗସ୍ତ ପରେ ଫ୍ୟାନମାନେ ସିଧାସଳଖ ପିସିବିକୁ କହିଛନ୍ତି ଭାରତ ବିପକ୍ଷରେ ମ୍ୟାଚ ଜିତିକି ହିଁ ଆସିବ ।

ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଟ୍ୱିଟରରେ ଟିମ ସହ ଏକ ଫଟୋ ସେୟାର କରିଥିଲେ । ଆଉ ଲେଖିଥିଲେ ଆମେ ୟୁଏଇ ଯାଉଛୁ । ଆପଣଙ୍କ ସମର୍ଥନ ଆମ ପାଇଁ ନିହାତି ଆବଶ୍ୟକ । ଟିମର ସାଥ ଦିଅନ୍ତୁ ଆଉ ଆମକୁ ଚିୟର କରନ୍ତୁ, ଆମ ପାଇଁ ପ୍ରାର୍ଥନା କରନ୍ତୁ ଆଉ ଆମ ଉପରେ ବିଶ୍ୱାସ ରଖନ୍ତୁ ।

ବାବର ଆଜମ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ଅଧିନାୟକ ରହିଛନ୍ତି । ଏହି ଟ୍ୱିଟ ପରେ ଅନେକ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ଭାରତ ବିପକ୍ଷରେ ମ୍ୟାଚ ଜିତିବାକୁ କହିଛନ୍ତି । କିଛି ୟୁଜର୍ସ କହିଛନ୍ତି, ଭାରତ ବିପକ୍ଷରେ ମ୍ୟାଚ ଜିତିକି ଆସିବ ନହେଲେ ଦେଶରେ ପୂରାଇ ଦେବୁନି ।

ସେହିପରି ଆଉ କିଛି ୟୁଜର୍ସ ଲେଖିଛନ୍ତି, ଆମକୁ ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ଭରସା ଅଛି । ଆମ ବିଶ୍ୱାସ ସେ ମ୍ୟାଚ ଜିତିବେ । ଏହି ଟ୍ୱିଟରେ କିଛି ଭାରତୀୟ ୟୁଜର୍ସ ଟ୍ୱିଟ କରି ଲେଖିଛନ୍ତି, ଏଥର ଭାରତ ହିଁ ଜିତିବ, କାରଣ ଆମ ପାଖରେ ବିରାଟ ଓ ଧୋନୀ ଅଛନ୍ତି ।