କନକ ବ୍ୟୁରୋ : ବର୍ଷା ଧୋଇନେଲା ଭାରତ-ପାକିସ୍ତାନ ମ୍ୟାଚ । ପ୍ରବଳ ବର୍ଷା ଯୋଗୁଁ ଶନିବାର ଶ୍ରୀଲଙ୍କାରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ଅଧାରୁ ବନ୍ଦ ରଖଯାଇଛି । ଏସିଆର କପର ଏହି ମ୍ୟାଚ ବନ୍ଦ ହେବା ଯୋଗୁଁ ଦୁଇ ଦେଶ ମଧ୍ୟରେ ପଏଣ୍ଟ ଭାଗ ଭାଗ ହୋଇଛି । ଏହି ପଏଣ୍ଟ ସହ ପାକିସ୍ତାନ ସୁପର-୪ ଷ୍ଟେଜକୁ ପ୍ରବେଶ କରିଛି । ଭାରତ ଆଗାମୀ ମ୍ୟାଚରେ ନେପାଳକୁ ହରାଇଲେ ସୁପର-୪ ଷ୍ଟେଜକୁ ଉତ୍ତୀର୍ଣ୍ଣ ହେବ ।

Advertisment

ଗତକାଲି ଶ୍ରୀଲଙ୍କା ପାଲେକେଲେ ଷ୍ଟାଡିୟମ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନିଂ ବ୍ୟାଟରଙ୍କ ସହ ପ୍ରଥମ ୪ ବ୍ୟାଟର ଫେଲ ମାରିଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଶନ  ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ । ଇସାନ ୮୨ ରନ କରି ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ୮୭ ରନ କରି ଆଉଟ ହୋଇଥିଲେ ।

ତେବେ ଭାରତ ମୋଟ ୪୮ ଓଭର ୫ ବଲରେ ୨୬୬ କରି ଅଲଆଉଟ ହୋଇଯାଇଥିଲା । ସେପଟେ ପାକିସ୍ତାନ ବୋଲର ପୁଣି ଥରେ ଚମତ୍କାର ପଦର୍ଶନ କରିଥିଲେ । ପ୍ରଥମରୁ ସାହିନ ଶାହ ଆଫ୍ରିଦ ରୋହିତ ଏବଂ କୋହଲିଙ୍କୁ ପ୍ରଥମରୁ ଆଉଟ କରିବା ସହ ମୋଟ ୪ଟି ୱିକେଟ ନେଇଥିଲେ । ତାଙ୍କ ବ୍ୟତୀତ ହାରିସ ରୌଫ ନସିମ ଶାହ ୩ଟି ଲେଖାଏ ୱିକେଟ ନେଇଥିଲେ । ସବୁଠୁ ବଡ଼ କଥା ହେଉଛି ଭାରତର ମଧ୍ୟକ୍ରମର ବ୍ୟାଟର ଫର୍ମକୁ ଫେରିଛନ୍ତି । ଯାହା ଟୁର୍ଣ୍ଣାମେଂଟରେ ଭାରତ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି ।