ବିରାଟଙ୍କ ଆଗରେ ବିଶାଳ ଲକ୍ଷ! ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତ-ପାକିସ୍ତାନ ମହାମୁକାବିଲା ଜାରି

50

କନକ ବ୍ୟୁରୋ : ବିରାଟ୍ ବାହୀନି ଆଗରେ ବିଶାଳ ଲକ୍ଷ୍ୟ ରଖିଛି ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ । ୪ ୱିକେଟରେ ୩୩୮ ରନ୍ କରିବା ସହ ଟିମ୍ ଇଣ୍ଡିଆ ଆଗରେ ରହିଛି ୩୩୯ ରନ୍ ବିଶାଳ ଲକ୍ଷ୍ୟ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିବା ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ବୁମରାଙ୍କ ଗୋଟିଏ ନୋ-ବଲ୍ । ଦୁଇ ଓପନର ଆଜହାର୍ ଅଲ୍ଲୀ ଏବଂ ଫଖର୍ ଜମାନ୍ ଓପନିଂ ଯୋଡ଼ିରେ ୧୨୮ ରନ କରି ଦଳ ପାଇଁ ଏକ ବଡ ସ୍କୋର ପାଇଁ ମୁଳଦୂଆ ପକାଇବା ପରେ ମିଡିଲ୍ ଅର୍ଡର ଦଳକୁ ୩ଶହ ଟପାଇ ଦେଇଛନ୍ତି ।

ପାକିସ୍ତାନ ପକ୍ଷରୁ ଆଜହାର୍ ଅଲ୍ଲୀ ୫୯ ରନ୍ କରି ଥିବା ବେଳେ ଜମାନ ୧୧୪ ରନର ଶତକୀୟ ଇନିଂସ ଖେଳିଛନ୍ତି । ଆଉ ମହମ୍ମଦ ହାଫିଜଙ୍କ ଧୁଆଁଧାର ୫୭ ରନ୍ ବଳରେ ପାକିସ୍ତାନ ଛିଡା କରିଛି ୩୩୮ ରନର ବିଶାଳ ସ୍କୋର । ପ୍ରଥମରୁ ବୁମରା ଗୋଟିଏ ୱିକେଟ୍ ନେବାରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବଲଟି ନୋ-ବଲ୍ ହେବାରୁ ପାକିସ୍ତାନ ପାଇଁ ଏହା ଏକ ପ୍ରକାର ବରଦାନ ପାଲଟି ଯାଇଛି । ଆଉ ଏହି ଓପନିଂ ଯୋଡ଼ି ହିଁ ପାକିସ୍ତାନ ପାଇଁ ଏକ ମଜବୁତ ଆରମ୍ଭ କରିଥିଲେ ।

ପ୍ରଥମରୁ ଭାରତୀୟ ବୋଲର ଚାପ ପକାଇବାରେ ସକ୍ଷମ ହୋଇଥିଲେ ସୁଦ୍ଧା ୱିକେଟ୍ ନପଡ଼ିବା ଦଳ ପାଇଁ ଏହା ମହଙ୍ଗା ପଡିଛି । ଆଜି ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଯେହେତୁ ଭାରତ ପାଖରେ ଏକ ଲମ୍ବା ବ୍ୟାଟି ଲାଇନ୍ ଅପ୍ ରହିଛି ଏବଂ ଭାରତ ଚେଜ୍ କରିବାରେ ମାହିର । ତେଣୁ ଖେଳ ରେମାଚଂକର ହେବା ସ୍ପଷ୍ଟ ଜଣାପଡୁଛି ।