କନକ ବ୍ୟୁରୋ : ଏସିଆ କପର ଆଜି ମହାମୁକାବିଲା  । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଉ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ଭାରତ - ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବଡ ଲଢେଇ ଭାବେ ବିବେଚନା କରାଯାଏ ।

Advertisment

ତେବେ ମ୍ୟାଚ ଖେଳାଯିବାକୁ ଥିବା ଶ୍ରୀଲଙ୍କାର ପାଲେକେଲେ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଅଗଷ୍ଟ-ସେପ୍ଟେମ୍ବର ମାସରେ ପାଲେକେଲେ ଅଞ୍ଚଳରେ ବର୍ଷା ଋତ ଚାଲିଥାଏ । ଯଦି ବର୍ଷା ହୁଏ ତେବେ ମ୍ୟାଚ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଯଦି ଭାରତ -ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜେ ତେବେ ଆଇସିସି ବିକଳ୍ପ ବ୍ୟବସ୍ଥା କରିଛି । ବର୍ଷା ହୋଇ ଛାଡିଗଲେ ଅତି କମରେ ୨୦ ଓଭର ବିଷିଷ୍ଟ ମ୍ୟାଚ ଖେଳାଯାଇପାରେ ।

ଯଦି ଆଦୌ ଖେଳିବା ସମ୍ଭବ ନହୁଏ, ତେବେ ଦୁଇ ଦେଶ ମଧ୍ୟରେ ପଏଣ୍ଟ ଭାଗ ହେବ । ଏବଂ ପାକିସ୍ତାନ ସୁପର-୪ ଷ୍ଟେଜକୁ ଉତ୍ତୀର୍ଣ୍ଣ ହୋଇଯିବ । ସୁପର-୪ ଷ୍ଟେଜକୁ ଯିବାକୁ ହେଲେ ଭାରତ ପରବର୍ତ୍ତୀ ମ୍ୟାଚରେ ନେପାଳକୁ ହରାଇବାକୁ ପଡିବ । ଯଦି ବର୍ଷା ନହୁଏ, ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ଆଉ ଟୁର୍ଣ୍ଣାମେଣ୍ଟ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଥିବା କେ.ଏଲ ରାହୁଲଙ୍କ ବଦଳରେ ଇସାନ୍ କିଶାନଙ୍କୁ ସୁଯୋଗ ମଳିବ ବୋଲି କୁହାଯାଉଛି ।

ସମ୍ଭାବ୍ୟ ଭାରତ ଏକାଦଶ : ରୋହିଶ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା,‌ ଯଶପ୍ରୀତ୍‌ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।

ପାକିସ୍ତାନ ଏକାଦଶ : ଫକର ଜମାନ, ଇମାମ ଉଲ୍‌ ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ୍‌, ଆଘା ସଲମାନ, ଇଫତିକାର ଅହମଦ, ସଦାବ ଖାନ୍‌, ମହମଦ ନୱାଜ, ହାରିସ ରୌଫ୍‌, ସାହିନ ଶାହ ଆଫ୍ରିଦି, ନସିମ ଶାହ।