କନକ ବ୍ୟୁରୋ: ମାଞ୍ଚେଷ୍ଟରରେ ପାଗ ଶୁଖିଲା । ହଟିଲା ବାଦଲ, ଫର୍ଚ୍ଚା ହେଲା ଆକାଶ । ମାଞ୍ଚେଷ୍ଟର ଆକାଶରେ ଘୋଟିଥିବା କଳା ବାଦଲ ହଟିବା ପରେ ଆକାଶ ପରିଷ୍କାର ହୋଇଛି ଆଉ ଆକାଶରେ ସୂର୍ଯ୍ୟ ଉଇଁଥିବା ଖବର ମିଳିଛି । ତେବେ ମାଞ୍ଚେଷ୍ଟରରେ ପାଗ ଠିକ ହେବା ପରେ ନିର୍ଦ୍ଧାରିତ ସମୟରେ ମ୍ୟାଚ ହେବାର ସମ୍ଭାବନା ରହିଛି ।

Advertisment

publive-image
ତେବେ ଆଜି ସକାଳେ ମାଞ୍ଚେଷ୍ଟରରେ ବର୍ଷା ହୋଇଥିଲା । ଆକାଶ ମେଘାଚ୍ଛନ୍ନ ହେବା କାରଣରୁ ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩.୩୦ରେ ବର୍ଷା ହେବାର ଅନୁମାନ କରିଥିଲା ଆକ୍ୟୁ ୱେଦର । ତେବେ ବର୍ତ୍ତମାନ ଖବର ଅନୁଯାୟୀ ମାଞ୍ଚେଷ୍ଟରରେ ପାଗ ଶୁଖିଲା ରହିଛି ଆଉ ଠିକ ସମୟରେ ମ୍ୟାଚ ଆରମ୍ଭ ହେବାର ଆଶା ଉଜ୍ଜିବିତ ହୋଇଛି ।

ଗତକାଲି ବର୍ଷା ଲାଗି ଶେଷ ମୁହୂର୍ତ୍ତରେ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ତେଣୁ କାଲିର ବାକିଆ ମ୍ୟାଚ ଆଜି ଖେଳାଯିବ । ଗତକାଲି ଯେଉଁଠୁ ଖେଳ ବନ୍ଦ୍ ରହିଥିଲା ଆଜି ସେଇଠୁ ଆରମ୍ଭ ହେବ । କିୱି ଟିମ୍ ମ୍ୟାଚ୍ର ୪୭ ଓଭରର ୨ଟି ବଲରୁ ଖେଳ ଆରମ୍ଭ କରିବ । ମାତ୍ର ୨୩ ବଲ ଖେଳିବା ପରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।