ଆଉ କିଛି ସମୟ ପରେ ଇତିହାସ ରଚିବାକୁ ମୈଦାନକୁ ଓହ୍ଲାଇବ ଭାରତ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲେଖାହେବ ନୂଆ ରେକର୍ଡ ।

479

କନକ ବ୍ୟୁରୋ : ଇଂଲଣ୍ଡରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲାରେ ଆଉ କିଛି ସମୟ ପରେ ଇତିହାସ ରଚିବାକୁ ମୈଦାନକୁ ଓହ୍ଲାଇବ ଭାରତ । ପ୍ରଥମ ଇନିଂସରେ ୩୨ ରନରେ ପଛରେ ପଡିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲର ପଞ୍ଚମ ଦିନରେ ଭାରତ ୨ଟି ୱିକେଟ୍ ହରାଇ ୬୪ ରନ୍ କରିଛି । ଆଉ ଏହା ସହ ୩୨ ରନରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ପଞ୍ଚମ ଦିନର ଖେଳ ଶେଷ ସୁଦ୍ଧା ଚେତେଶ୍ୱର ପୂଜାରା ୧୨ ରନ୍ ଏବଂ ଅଧିନାୟକ ବିରାଟ କୋହଲି ୮ ରନ କରି ଅପରାଜିତ ରହିଛନ୍ତି ।

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲାର ନିର୍ଣ୍ଣାୟକ ଖେଳ ଖେଳାଯିବ । ଦିନ ସାଢେ ୩ଟା ଅର୍ଥାତ ଆଉ କିଛି ସମୟ ପରେ ଆରମ୍ଭ ହେବ ବଡ ଲଢେଇ । ତେବେ ଯଦି ମ୍ୟାଚଟି ଡ୍ର ହେଉଛି, ତେବେ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଆଉ ଏହା ସହ ଟେଷ୍ଟ କ୍ରିକେଟର ନୂଆ ଇତିହାସ ଲେଖିବ ଟିମ୍ ଇଣ୍ଡିଆ ।