ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ଇଂଲଣ୍ଡର ସାଉଥ-ହମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

Advertisment
ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ଇଂଲଣ୍ଡର ସାଉଥ-ହମ୍ପଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

କନକ ବ୍ୟୁରୋ : ଆଜି ୱାଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଫାଇନାଲ ମ୍ୟାଚ୍ । ଦୁଇବର୍ଷର ଲମ୍ବା ଲଢ଼େଇ ପରେ ହେବ ଫାଇନାଲ୍ ଟକ୍କର। ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପର ମେଗା ଫାଇନାଲ୍ ବିଶ୍ବର ଦୁଇ ଶ୍ରେଷ୍ଠ ଟେଷ୍ଟ୍ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଯିଏ ଜିତିବ ସିଏ ଇତିହାସ ରଚିବ ।

ଟେଷ୍ଟ୍ କ୍ରିକେଟ୍‌ର ମହାରାଜା ଭାବେ ଉଭା ହେବ। ଏହି ସମ୍ମାନଜନକ ୬ ଦଳୀୟ ମାରାଥନ ଟେଷ୍ଟ୍ ମୁକାବିଲାର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିବ। ଭାରତୀୟ କ୍ରିକେଟ୍ ଦଳ ତା’ର ଚର୍ଚ୍ଚିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଆଇସିସି ପ୍ରତିଯୋଗିତାର ‘ଫାଇନାଲ୍’ ଦୁର୍ଭାଗ୍ୟକୁ ଦୂର କରିବା ଆଶାରେ ଓହ୍ଲାଇବ। ଏକଦିବସୀୟ ବିଶ୍ବକପ୍ ଫାଇନାଲ୍‌ରେ ଝୁଣ୍ଟିବାର ଦୁଃଖକୁ ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଲଢ଼େଇରେ ଦୂର କରିବାକୁ ଚେଷ୍ଟା କରିବ।

ବିରାଟ କୋହଲିଙ୍କ ଭାରତୀୟ ଦଳ ୬ ଶୃଙ୍ଖଳାରୁ ୧୨ ବିଜୟ ସହ ୫୨୦ ପଏଣ୍ଟ ପାଇଁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ପଏଣ୍ଟ୍‌ ଟେବୁଲର ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌ ଖେଳିବାକୁ ଆସିଥିଲା ବେଳେ ଏହାର ପ୍ରତିଦ୍ବନ୍ଦ୍ବୀ କେନ୍‌ ୱିଲିୟମ୍‌ସନ୍‌ଙ୍କ ନ୍ୟୁଜିଲାଣ୍ଡ ଦଳ ୫ ଶୃଙ୍ଖଳାରୁ ୭ ବିଜୟ ସହ ୪୨୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଡବ୍ଲୁଟି ଫାଇନାଲ୍‌ ମ୍ୟାଚ୍ ସହ ଭାରତୀୟ କ୍ରିକେଟ୍‌ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ବି ଯୋଡ଼ିହେବ। ୮୯ ବର୍ଷର ଟେଷ୍ଟ୍ ଇତିହାସ ଭିତରେ ଭାରତୀୟ କ୍ରିକେଟ୍ ଦଳ ନିରପେକ୍ଷ ସ୍ଥାନରେ ପ୍ରଥମ ଥର ଲାଗି ଟେଷ୍ଟ୍‌ ମ୍ୟାଚ୍ ଖେଳିବ।

ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟା ୩୦ରେ ଇଂଲଣ୍ଡର ସାଉଥମ୍ପଟନସ୍ଥିତ ଏଜିସ ବାୱେଲ ଷ୍ଟାଡିୟମରେ ଖେଳାଯିବ। ଯାହାକୁ ନେଇ ସମଗ୍ର କ୍ରିକେଟ୍ ଦୁନିଆ ଚଳଚଞ୍ଚଳ। ମାର୍ଚ ମାସ ପରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ କ୍ରିକେଟ୍ ପ୍ରଶଂସକ ଏହାକୁ ନେଇ ବେଶ୍ ଉତ୍ସାହିତ ଓ ଉଲ୍ଲସିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe