ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନ୍ତିମ ଦିନିକିଆ । ମ୍ୟାଚ ଜିତି ସମ୍ମାନ ବଂଚାଇବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ

ହ୍ୱାଇଟୱାସକେ ଯୋଜନାରେ ନ୍ୟୁଜିଲ୍ୟାଣ୍ଡ

82

କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ ଖେଳାଯିବ । ତିନି ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚରେ ହାରିସାରିଛି ଟିମ ଇଣ୍ଡିଆ । ହାତରୁ ସିରିଜି ଚାଲିଯାଇଥିବା ବେଳେ ଆଜିର ମ୍ୟାଚ ଜିତି ଭାରତ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ । ନ୍ୟୁଜିଲ୍ୟାଣ୍ଡ ଆଜିର ମ୍ୟାଚ ପାଇଁ ଦଳରେ ଇଶ ସୋଢୀ ଓ ପେସର ବ୍ଲେୟାର ଟିକନରଙ୍କୁ ସାମିଲ କରିଛି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତ ୫-୦ରେ ଟି-ଟ୍ୱେଂଟି ସିରିଜ ଜିତି ଜବରଦସ୍ତ ଆରମ୍ଭ କରିଥିଲା । ତେବେ ଦିନିକିଆରେ ସବୁକିଛି ବିଗିଡି ଗଲା ।

୨୦୧୯ରେ ଭାରତ ଏଠାରେ ୪-୧ରେ ଦିନିକିଆ ସିରିଜ ଜିତିଥିବା ବେଳେ ଟି-ଟ୍ୱେଂଟିରେ ୧-୨ରେ ସିରିଜ ହାରିଥିଲା । ଭାରତ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ୨୦୧୪ରେ ୧-୪ରେ ସିରିଜ ହାରିଥିଲା । ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ୍ ୱିଇଲିୟମସନ ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିଲେ । ତଥାପି ନ୍ୟୁଜିଲ୍ୟାଣ୍ଡ ସହଜରେ ପ୍ରଥମ ଦୁଇଟି ଏକଦିବସୀୟ ଜିତିଯାଇ ସିରିଜ କବଜା କରିସାରିଛି । ତେବେ ଆଜିର ମ୍ୟାଚ ପାଇଁ ଫିଟ ଅଛନ୍ତି କେନ୍ ୱିଇଲିୟମସନ । ଆଜି ସେ ପଡିଆକୁ ଓହ୍ଲାଇବେ । ଆଜି ନଜର ରହିବ ଭାରତର ଅଧିନାୟକ ବିରାଟ କୋହଲିଙ୍କ ଉପରେ । ଆଜିର ମ୍ୟାଚ ଜିତି ଭାରତର ସମ୍ମାନ ବଂଚାଇବା ପାଇଁ କି ରଣନୀତି ଆପଣେଉଛନ୍ତି ବିରାଟ କୋହଲି । ଆଜି ଭାରତୀୟ ସମୟ ସକାଳ ୭ଟା୩୦ମିନିଟରେ ମ୍ୟାଚ ଆରମ୍ଭ ହେବ ।