ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ: ଘୋଷଣା ହେଲା ଭାରତୀୟ ଦଳ, ଜାଣନ୍ତୁ କିଏ ପାଇଲା ସ୍ଥାନ?

3,002

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେହିପରି ଦୁଇଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି କେଏଲ ରାହୁଲ । ତାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ନଭେମ୍ବର ୨୫ରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁରରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ୩ ଡିସେମ୍ବରକୁ ମୁମ୍ବାଇରେ ଖେଳାଯିବ । ଟି-୨୦ ମ୍ୟାଚରେ କ୍ଲିନ ସୁଇପ ପରେ ଏବେ ଟେଷ୍ଟ ସିରିଜ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ଆଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା (ଉପ ଅଧିନାୟକ), ଶୁଭମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ , ରିଦ୍ଧିମାନ ଶାହା (ୱିକେଟ କିପର), କେଏସ ଭାରତ (ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।