ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା । ଧର୍ମଶାଳାରେ ଖେଳାଯିବ ପ୍ରଥମ ମ୍ୟାଚ୍, ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ କୋହଲି ବାହିନୀ ।

717

କନକ ବ୍ୟୁରୋ: କରୋନା ଭୟ ଭିତରେ ଭାରତ- ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି । ଆଜି ଧର୍ମଶାଳାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ନ୍ୟୁଜିଲାଣ୍ଡରେ ଉଭୟ ଦିନିକିଆ ଓ ଟି-୨୦ ସିରିଜରେ ପରାଜୟ ପରେ କୋହଲି ବାହିନୀ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଟିମ୍ ଇଣ୍ଡିଆ ଆଜି ନିଜର ହୃତ ଗୌରବ ଫେରାଇ ଆଣିବାକୁ ପଡିଆକୁ ଓହ୍ଲାଇବ ।

ଧର୍ମଶାଳାରେ ଏବେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହେବା ଆଶଙ୍କା ମଧ୍ୟ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳକୁ ଫେରିଛନ୍ତି ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ନ୍ୟୁଜିଲାଣ୍ଡ ଗସ୍ତ ବେଳେ ଆହତ କାରଣରୁ ଦଳରୁ ବାଦ ପଡିଥିଲେ ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏବେ ସେମାନେ ଦଳକୁ ଫେରିବାରୁ ଭାରତର ବ୍ୟାଟିଂ ଲାଇନ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛ ।