ଭାରତୀୟ ବୋଲରଙ୍କ ଆଗରେ ଫ୍ଲପ୍ ମାରିଲେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ, ୫୦ ଓଭରରେ ୨୭୩ ରନ୍ କଲା ନ୍ୟୁଜିଲ୍ୟାଣ୍ଡ ଟିମ୍

ଭାରତୀୟ ବୋଲରଙ୍କ ଆଗରେ ଫ୍ଲପ୍ ମାରିଲେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ, ୫୦ ଓଭରରେ ୨୭୩ ରନ୍ କଲା ନ୍ୟୁଜିଲ୍ୟାଣ୍ଡ ଟିମ୍

କନକ ବ୍ୟୁରୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଲଢେଇ । ଏହି କ୍ରମରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୪ ରନର ଟାର୍ଗେଟ୍ ଦେଇଛି । ନ୍ୟୁଜଲାଣ୍ଡ ଖେଳାଳୀ ଡେରିଲ ମିଚେଲ ସବୁଠାରୁ ଅଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ୨୩ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ସର୍ବାଧିକ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବିଶ୍ୱକପରେ ଉଭୟ ଟିମ୍ ୪ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏବଂ ଉଭୟ ଟିମ୍ ୪ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଏହି ଗ୍ରାଉଣ୍ଡରେ ୨୦୧୬ରେ ମଧ୍ୟ ଖେଳିଥିଲେ । ସେତେବେଳେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ପରାଜିତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe