ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ । ଭାରତ ପାଇଁ କର ବା ମର ସ୍ଥିତି; ମ୍ୟାଚ ଜିତି ସିରିଜ ପ୍ରତ୍ୟାବର୍ତ୍ତନ ଆଶାରେ ପଡିଆକୁ ଓହ୍ଲାଇବ ଟିମଇଣ୍ଡିଆ

ମଧ୍ୟକ୍ରମରେ ସ୍ଥାନ ପାଇପାରନ୍ତି ମନୀଷ ପାଣ୍ଡେ

152

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜରେ ଆଜି ଅକଲାଣ୍ଡରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍ । ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆକୁ ଜିତି ୧-୦ରେ ସିରିଜ ଆଗୁଆ ଥିବାରୁ ଭାରତ ପାଇଁ କର ବା ମର ପରି ହେବ ଏହି ମ୍ୟାଚ । କାରଣ ଏହି ମ୍ୟାଚ୍ ହାରିଲେ ଭାରତ ସିରିଜ୍ ହାତଛଡା କରିବ । ଟି ୨୦ ସିରିଜକୁ କ୍ଲିନ୍ ସୁଇପ୍ କରିଥିବା ଟିମଇଣ୍ଡିଆକୁ ଦିନିକିଆ ସିରିଜ ପରାଜୟରୁ ଆରମ୍ଭ କରିଥିବାରୁ ଚାପରେ ରହିଛି । ସିରିଜକୁ ଫେରିବାକୁ ଅକଲାଣ୍ଡ ଦିନିକିଆରେ ସ୍ୱତନ୍ତ୍ର ରଣନୀତି କରି ପଡିଆକୁ ଓହ୍ଲାଇବ କୋହଲି ବାହିନୀ ।

ସେପଟେ ପ୍ରଥମ ଦିନିକିଆରେ ୩୪୭ ରନର ବିଶାଳ ସ୍କୋର କରିବା ପରେ ବି ଦଳ ମ୍ୟାଚ ହାରିଥିଲା । ତେଣୁ କୋହଲିଙ୍କ ପାଇଁ ଦଳର ବୋଲିଂ ବିଭାଗ ଚିନ୍ତାର କାରଣ ହୋଇପାରେ । ନବଦୀପ ସାଇନି ଓ ସାର୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ । ଚହଲ କୁଲଦୀପ ଦୁଇ ସ୍ପିନରଙ୍କ ମଧ୍ୟରୁ ଜଣକୁ ଚୂଡାନ୍ତ ଦଳରେ ସ୍ଥାନ ମିଳିପାରେ । ଅନ୍ତିମ ଏକାଦଶରେ ସ୍ଥାନ ପାଇପାରନ୍ତି ଶିବମ ଦୁବେ କିଂବା ମନିଷ ପାଣ୍ଡେଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି । ଅକଲାଣ୍ଡ ଦିନିକିଆ ଆଗରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି ।

ଭାରତୀୟ ଦଳ (ସମ୍ଭାବ୍ୟ ୧୧): ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟରକ୍ଷକ), ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଦେଜା, ନଭଦୀପ ସୈନି/ଶାର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା।

ନ୍ୟୁଜିଲାଣ୍ଡ୍‌ ଦଳ (ସମ୍ଭାବ୍ୟ ୧୧): ମାର୍ଟିନ ଗପ୍ଟିଲ୍‌, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍‌, ରସ୍ ଟେଲର୍‌, ଟମ୍ ଲଥାମ୍ (ଅଧିନାୟକ, ୱିକେଟରକ୍ଷକ), କଲିନ୍ ଗ୍ରାଣ୍ଡ୍‌ହୋମ୍‌, ଜିମ୍ମି ନିସାମ, ମିଚେଲ୍‌ ସାଣ୍ଟନର୍‌, କାଏଲ୍ ଜାମିସନ୍, ସ୍କଟ୍‌ କଗ୍‌ଲିନ୍‌/ହାମିସ୍ ବେନେଟ୍‌, ଟିମ୍ ସାଉଦି।