ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ : ୨୧୭ରେ ସୀମିତ ରହିଲା ଭାରତର ପ୍ରଥମ ଇନିଂସ; ଜଣେ ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ୫୦ରନ୍

Advertisment
ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ : ୨୧୭ରେ ସୀମିତ ରହିଲା ଭାରତର ପ୍ରଥମ ଇନିଂସ; ଜଣେ ବି ବ୍ୟାଟ୍ସମ୍ୟାନ ଛୁଇଁପାରିଲେନି ୫୦ରନ୍

କନକ ବ୍ୟୁରୋ : ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଆଜି ଚତୁର୍ଥ ଦିନ । ଜିସ୍‌ ବାୱେଲରେ ଚାଲିଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲରେ ଭାରତର ପ୍ରଥମ ପାଳି ୨୧୭ ରନ୍‌ରେ ଶେଷ ହୋଇଯାଇଛି। କାଇଲ୍ ଜାମିସନ୍‌ଙ୍କ ୫ ୱିକେଟ୍ ସଫଳତା ବିରାଟ କୋହଲିଙ୍କ ଦଳକୁ ପ୍ରଥମ ପାଳିରେ ଆହ୍ବାନଭରା ସ୍କୋର୍‌ କରିବାରୁ ରୋକି ଦେଇଛି। ଜବାବରେ ତୃତୀୟ ଦିନ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ନ୍ୟୁଜିଲାଣ୍ଡ୍‌ ୨ ୱିକେଟ୍ ହରାଇ ୧୦୧ ରନ୍‌ କରିଛି। ଭାରତ ରବିବାର ୧୪୬/୩ରୁ ଖେଳିବା ପରେ ଅନ୍ୟୁନ ୩୦୦ ସ୍କୋର୍‌ ଅତିକ୍ରମ କରିଯିବ ବୋଲି ଆଶା ଥିଲା ।

ବି‌ଶେଷ କରି ଦ୍ବିତୀୟ ଦିବସରେ ଅଧିନାୟକ-ଉପ ଓ ଅଧିନାୟକ ଯୋଡ଼ି ବିରାଟ କୋହଲି-ଅଜିଙ୍କ୍ୟ ରାହାଣେ ଯେଭଳି ବ୍ୟାଟିଂ କରୁଥିଲେ ସ୍ବାଭାବିକ ଭାବେ ଏଭଳି ଆଶା ଦୃଢ଼ିଭୂତ ଥିଲା। ରବିବାର କିନ୍ତୁ ନୂଆ ସକାଳ ନ୍ୟୁଜିଲାଣ୍ଡ୍ ପାଇଁ ନୂଆ ସମ୍ଭାବନା ନେଇ ଆସିଥିଲା। ବିରାଟ କୋହଲିଙ୍କୁ ଜାମିସନ୍‌ ଲେଗ୍‌ ବିଫୋର ୱିକେଟ୍‌ କରାଇନେବା ପରେ ଭାରତ ପାଳି କ୍ରମେ ଚାପରେ ପଡ଼ିଯାଇଥିଲା। ଋଷଭ ପନ୍ତଙ୍କ ପାଳି ମାତ୍ର ଗୋଟିଏ ଚୌକାରେ ସୀମିତ ରହିଥିଲା। ସେ ମଧ୍ୟ ଜାମିସନଙ୍କ ଶିକାର ହୋଇଥିଲେ। ରାହାଣେଙ୍କୁ ନିଲ୍ ୱାଗନର୍‌ ଆଉଟ୍ କରିଦେଇଥିଲେ।

ବିରାଟ କୋହଲି ୧୩୨ ବଲରୁ ୪୪ ଏବଂ ରାହାଣେ ୧୧୭ ବଲରୁ ୪୯ ରନ୍‌ କରିଥିଲେ। ଏହି ଯୋଡ଼ିଙ୍କଠାରୁ ସଂଗ୍ରହ ହୋଇଥିବା ୬୧ ରନ୍‌ ଭାରତ ପାଳିର ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାରି ରହିଥିଲା। ପୂର୍ବରୁ ଶନିବାର ରୋହିତ ଶର୍ମା ଏବଂ ଶୁବମନ୍ ଗିଲ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍‌ ଆଦାୟ କରିଥିଲେ। ଏହି ଦୁଇ ଭାଗୀଦାରି ପରେ ଭାରତ ସଂଘର୍ଷ କରିଥିଲା। ପାଗ, ପିଚ୍‌ ଓ ପରିବେଶରୁ ଅନୁକୂଳ ଫାଇଦା ଉଠାଇ ନ୍ୟୁଜିଲାଣ୍ଡର ୫ ଜଣିଆ ପେସ୍‌ ବାହିନୀ ଭାରତ ପାଳିକୁ ବଢ଼ିବାକୁ ଦେଇନଥିଲେ। ରବୀନ୍ଦ୍ର ଜାଦେଜା (୧୫, ୫୩ ବଲ୍‌) ଏବଂ ରବିଚନ୍ଦ୍ରନ ଅଶ୍ବିନ୍‌ (୨୨, ୨୭ ବଲ୍‌) ସାମୟିକ ଲଢ଼ିଥିଲେ ମଧ୍ୟ ଭାରତ ମଧ୍ୟାହ୍ନ ଭୋଜନ ବିରତି ପରେ ୨୧୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ଜାଦେଜାଙ୍କୁ ଆଉଟ୍ କରି ଟ୍ରେଣ୍ଟ୍‌ ବୋଲ୍ଟ ଭାରତ ପାଳିରେ‌ ‌ପୂର୍ଣ୍ଣଛେଦ ଟାଣିଥିଲେ। ଶେଷ ୪ ୱିକେଟ୍‌ ଭାରତ ମାତ୍ର ୧୨ ରନ୍‌ ଭିତରେ ହରାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe