ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନଲର ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Advertisment
ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନଲର ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟେଷ୍ଟ । ଗତ ବିଶ୍ୱ ଟେଷ୍ଟ ଚାମ୍ପିଅନସିନ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜରେ ଭାରତୀୟ ଦଳର ବହୁ ବରିଷ୍ଠ ଖେଳାଳି ଭାଗ ନେଉନାହାନ୍ତି । ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବ ନାହିଁ । କିନ୍ତୁ ଦ୍ୱିତୀୟ ଟେଷ୍ଟକୁ ଫେରି ନେତୃତ୍ୱ ନେବେ । କୋହଲୀଙ୍କ ସ୍ଥାନରେ ପ୍ରଥମ ଟେଷ୍ଟର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ ।

ତେବେ ଭାରତୀୟ ଦଳର ବହୁ ବରିଷ୍ଠ ଖେଳାଳି ଏହି ଶୃଙ୍ଖଳାରେ ଭାଗ ନେଉନାହାନ୍ତି । ବିରାଟ କୋହଲି ପ୍ରଥମ ଟେଷ୍ଟ୍‌ରେ ଖେଳିବେ ନାହିଁ, କିନ୍ତୁ ଦ୍ବିତୀୟ ଟେଷ୍ଟ୍‌କୁ ଫେରି ନେତୃତ୍ବ ନେବେ। କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ରେ ଅଜିଙ୍କ୍ୟ ରାହାଣେ ନେତୃତ୍ବ ଭ‌ାର ସମ୍ଭାଳିବେ । ରୋହିତ ଶର୍ମା, କେଏଲ୍‌ ରାହୁଲ, ଋଷଭ ପନ୍ତ୍‌, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି ପ୍ରମୁଖ ଉପଲବ୍‌ଧ ନାହାନ୍ତି । କେଏଲ୍ ରାହୁଲଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ୍ ଦଳରେ ସାମିଲ୍ କରାଯାଇଛି । ଫଳରେ ଏକ ଅନଭିଜ୍ଞ ଏବଂ ଅଧିକାଂଶ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳର ଅଧିନାୟକ ରାହାଣେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଟେଷ୍ଟ୍‌ ଦଳର ମାତ୍ର ୩ ସଦସ୍ୟ ରାହାଣେ, ଚେତେଶ୍ବର ପୂଜାରା ଓ ମୟଙ୍କ ଅଗ୍ରୱାଲ ହିଁ ୧୦ରୁ ଅଧିକ ଟେଷ୍ଟ୍‌ ଖେଳିଛନ୍ତି ।

ଭାରତୀୟ ବରିଷ୍ଠ ଦଳର ପ୍ରଶିକ୍ଷଣ ଦାୟିତ୍ବ ଗ୍ରହଣ କରିଥିବା ରାହୁଲ ଦ୍ରାବିଡ଼ଙ୍କ ପାଇଁ ଆଉ ଏକ ଆହ୍ବାନ ମଧ୍ୟ ଆସିଛି । ଟ୍ବେଣ୍ଟି-୨୦ ଭଳି ଟେଷ୍ଟ୍‌ରେ ମଧ୍ୟ ଦଳ କିଭଳି ଭଲ ଆରମ୍ଭ କରିବ ଏବେ ମୁଖ୍ୟ ଚିନ୍ତାର କାରଣ ରହିଛି । ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଋଷଭ ପନ୍ତ୍‌ଙ୍କ ବିନା ଭାରତର ବ୍ୟାଟିଂ ଏବେ ରାହାଣେ, ପୂଜାରା, ଶୁବମନ ଗିଲ୍, ଶ୍ରେୟସ ଆୟର, ରିଦ୍ଧିମାନ ସାହାଙ୍କ ଉପରେ ନିର୍ଭର କରିବ । ଶ୍ରେୟସ ଆୟର ମଧ୍ୟ କାନପୁରରେ ଟେଷ୍ଟ୍‌ ପଦାର୍ପଣ କରିବେ ବୋଲି ଅଧିନାୟକ ରାହାଣେ ବୁଧବାର ସ୍ପଷ୍ଟ କରିଛନ୍ତି । ଭାରତ ପାଇଁ ଧଳା ବଲ୍‌ ଫର୍ମାଟ୍‌ରେ ୨୨ ଦିନିକିଆ ଏବଂ ୩୨ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ଆୟର ପ୍ରଥମ ଥର ନାଲି ବଲ୍‌ ଫର୍ମାଟ୍‌ରେ ସୁଯୋଗ ପାଇବେ ।

ନ୍ୟୁଜିଲାଣ୍ଡ୍‌ ଦଳକୁ କିନ୍ତୁ କେନ‌୍‌ ୱିଲିୟମସନ୍‌ଙ୍କ ବିଶ୍ରାମ ଫାଇଦା ଦେବ । ‌ବିଶ୍ବକପ୍‌ ପରେ ସେ ବିଶ୍ରାମ ନେଇ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଓହରିଯାଇଥିଲେ। ନ୍ୟୁଜିଲାଣ୍ଡ୍‌ର ବରିଷ୍ଠତମ ଖେଳାଳି ରସ୍ ଟେଲର୍‌ କହିଛନ୍ତି, ‘ଅନେକ ବର୍ଷ ଧରି ଆମେ ଅଣ୍ଡରଡଗ୍‌ ଭାବେ ଖେଳି ଆସୁଥିଲୁ, ଏବେ ବିଜେତା ଦଳ ଭାବେ ଖେଳିବୁ । କିଛି ଆଶ୍ଚର୍ଯ୍ୟ ହେବାର ସମୟ ଗଡ଼ିଯାଇଛି । ଭାରତରେ ଯେତେବେ‌ଳେ ଖେଳିଲେ ବି ଅଣ୍ଡରଡଗ୍‌ ରହିବେ’ ବୋଲି କହିଥିଲେ ୩୭ ବ‌ର୍ଷୀୟ ଟେଲର୍‌ । ଟେଷ୍ଟ୍‌ କ୍ରିକେଟ୍‌ର କେତେକ ପ୍ରମୁଖ ନୀତିକୁ ପାଳନ କରିବୁ, ଲମ୍ବା ସମୟ ଧରି ଆମେ ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରୟାସ କରିବୁ’ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ୍‌ ମୁଖ୍ୟ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍‌ ।

ଭାରତୀୟ ଦଳ : ଅଜିଙ୍କ୍ୟ ରାହାଣେ (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ବର ପୂଜାରା, ଶୁବମନ ଗିଲ୍‌, ଶ୍ରେୟସ ଆୟର୍, ରିଦ୍ଧିମାନ ସାହା (ୱିକେଟରକ୍ଷକ), କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ଆର୍‌ ଅଶ୍ବିନ୍‌, ଅକ୍ଷର ପଟେଲ୍‌, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।

ନ୍ୟୁଜିଲାଣ୍ଡ୍‌ ଦଳ : କେନ୍‌ ୱିଲିୟମସନ୍‌ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ୍‌, କାଇଲ୍ ଜାମିସନ୍, ଟମ୍ ଲଥାମ, ଡାରିଲ୍ ମିଚେଲ୍‌, ହେନରି ନିକଲ୍ସ, ଏଜାଜ ପଟେଲ୍‌, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର୍‌, ୱିଲ୍‌ ସୋମରଭିଲ୍‌, ଟିମ୍ ସାଉଦି, ରସ୍ ଟେଲ୍‌ର, ନିଲ୍‌ ୱାଗନର୍‌, ୱିଲ୍‌ ୟଙ୍ଗ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe