କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଆକ୍ସନ ମୋଡରେ ଦ୍ରାବିଡ୍ ।

Advertisment
କାଲିଠୁ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଆକ୍ସନ ମୋଡରେ ଦ୍ରାବିଡ୍ ।

କନକ ବ୍ୟୁରୋ : କାଲିଠୁ ଆରମ୍ଭ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଏହି ଦ୍ୱିପାକ୍ଷିକ ସିରିଜରେ ମୋଟ୍ ୩ଟି ଟି-୨୦ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଜୋରଦାର ଅଭ୍ୟାସ କରୁଛି ଭାରତ ।

ମ୍ୟାଚ୍ ପୂର୍ବରୁ ମୈଦାନରେ ଜୋରଦାର କସରତ କରୁଛନ୍ତି ଭାରତୀୟ ଖେଳାଳୀ । ଆଉ ଆକ୍ସନ ମୋଡରେ ନଜର ଆସିଛନ୍ତି ନୂଆ ଅଧିନାୟକ ଏବଂ ନୂଆ କୋଚ । ଟି-୨୦ରୁ ବିରାଟ କୋହଲି ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ହୋଇଛନ୍ତି ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ । ସେହିପରି ରାହୁଲ ଦ୍ରାବିଡ୍ ଭାରତୀୟ ଦଳର କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି । ଆଉ ଖେଳାଳୀଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ଦ୍ରାବିଡ ।

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବା ପରେ ରାହୁଲ ଦ୍ରାବିଡଙ୍କୁ ନୂଆ କୋଚ୍ ଭାବେ ଦାୟିତ୍ୱ ଦେଇଛି ବିସିସିଆଇ । ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ବହନ କରିବେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଖେଳାଯିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଟିମ୍ : ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ, ଇଶାନ କିଶନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, ଆବେଶ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe