ଦିନିକିଆ ବିଜୟଧାରା ଦୋହରାଇ ପାରିଲାନି ଭାରତ : ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ୨୧ ରନରେ ହାରିଲା

105

କନକ ବ୍ୟୁରୋ : ଦିନିକିଆ ସିରିଜ ମୂଳପୋଛ କରିବା ପରେ ଟି-୨୦ରେ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ସ୍ପିନରଙ୍କ ଚତ୍ମକାର ପଦର୍ଶନ ଯୋଗୁ ୨୧ ରନରେ ଭାରତକୁ ହରାଇଛି ଭ୍ରମଣକାରୀ ଦଳ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୭୬ ରନ କରିଥିଲା । ପ୍ରଥମରୁ ନ୍ୟୁଜିଲାଣ୍ଡର ଦୁଇ ଓପନର ଓଭର ପିଛା ୧୦ ରନ ଲେଖାଏ ହାରରେ ରନ ସଂଗ୍ରହ କରିଥିଲେ । କିନ୍ତୁ ପରେ ୱିକେଟ୍ ପଡିଯିବାକୁ ରନର ଗତି କମିଯାଇଥିଲା ।

ତେବେ ୧୭୭ ରନର ଟାର୍ଗେଟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ଭାରତକୁ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରବାକୁ ପଡିଥିଲା । ୧୫ ରନରେ ଭାରତ ଶୀର୍ଷ ତିନି ବ୍ୟାଟର ଶୁଭମନ ଗିଲ, ଇସାନ କିଶାନ, ରାହୁଲ ତ୍ରିପାଠୀ ଆଉଟ୍ ହୋଇଯାଇଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ଓ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ ଭାର ସମ୍ଭାଳିଥିଲେ । ହେଲେ ଉଭୟ ଆଉଟ ହୋଇଯିବା ପରେ ୱାସିଙ୍ଗଟନ ସୁନ୍ଦର ଦମଦାର ଅର୍ଦ୍ଧଶତକ ମାରି ଦଳକୁ ୧୫୫ ରନ ପର୍ଯ୍ୟନ୍ତ ନେଇଥିଲେ । କିନ୍ତୁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା ।