ଏସିଆ କପରେ ଆଜି ନେପାଳକୁ ଭେଟିବ ଭାରତ : ମ୍ୟାଚ୍ ଜିତି ସୁପର୍-୪ରେ ସ୍ଥାନ ପକ୍କା କରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ; ବର୍ଷା ସାଜିପାରେ ବାଧକ

ଏସିଆ କପରେ ଆଜି ନେପାଳକୁ ଭେଟିବ ଭାରତ : ମ୍ୟାଚ୍ ଜିତି ସୁପର୍-୪ରେ ସ୍ଥାନ ପକ୍କା କରିବାକୁ ଟିମ୍ ଇଣ୍ଡିଆର ଲକ୍ଷ୍ୟ; ବର୍ଷା ସାଜିପାରେ ବାଧକ

କନକ ବ୍ୟୁରୋ : ଚଳିତ ଏସିଆ କପରେ ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ଦୁର୍ବଳ ନେପାଳକୁ ଭେଟିବ । ବର୍ଷା ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପଏଣ୍ଟ ଭାଗ କରିଥିବା ଭାରତ ପାଇଁ ଏହି ମ୍ୟାଚ୍ କର ବା ମର । ସୁପର୍-୪ରେ ସ୍ଥାନ ହାସଲ କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ପ୍ରଥମ ମ୍ୟାଚରେ ନିରାଶ କରିଥିଲେ ଭାରତୀୟ ଟପ୍-ଅର୍ଡର ।

ପାକିସ୍ତାନର ପେସ୍ ଆଟାକ୍ ଆଗରେ ଆତ୍ମସମର୍ପଣ କରିଥିଲେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍ ଓ ଶ୍ରେୟର ଆୟର । ତେବେ ମିଡଲ ଅର୍ଡରରେ ଦମ୍ ଦେଖାଇଥିଲେ ଈଶାନ୍ କିଷାନ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟଙ୍କ ଇନିଂସ ବଳରେ ୨୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଭାରତ । ତେବେ ବର୍ଷା ଲାଗି ରହିବାରୁ ପାକିସ୍ତାନ ଟିମ୍ ବ୍ୟାଟିଂ ସୁଯୋଗ ପାଇନଥିଲା । ଫଳରେ ମ୍ୟାଚଟି ବିନା ଫଳରେ ଶେଷ ହୋଇଥିଲା ।

ନେପାଳ ବିପକ୍ଷରେ ଭାରତର ଟପ୍ ଅର୍ଡର ବ୍ୟାଟର ଭଲ ବ୍ୟାଟିଂ କରି ଫର୍ମକୁ ଫେରିବାକୁ ଚାହିଁବେ । ସେପଟେ ମ୍ୟାଚରେ ପୁଣି ବାଧକ ସାଜିପାରେ ବର୍ଷା । ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ସୋମବାର ପାଲେକେଲରେ ବର୍ଷା ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ଭାରତ ସୁପର-ଫୋରରେ ପହଞ୍ଚିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe