ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ : ୩୩ ରନରେ ହାରିଲା ଘରୋଇ ଦଳ

ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ : ୩୩ ରନରେ ହାରିଲା ଘରୋଇ ଦଳ

କନକ ବ୍ୟୁରୋ : ଆୟର୍ଲାଣ୍ଡକୁ ହରାଇ ସିରିଜ ଜିତିଲା ଭାରତ । ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି । ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ । ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍‌ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍‌ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍‌ ପାଇଁ ପଥ ପରିସ୍କାର କରିଥିଲେ। ସଂଜୁ ୨୬ ବଲ୍‌ରୁ ୪୦ ରନ୍‌ କରି ହ୍ବାଇଟ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ ।

ଏହା ପରେ ପ୍ରଥମ ଥର ଅନ୍ତର୍ଜାତୀୟସ୍ତରରେ ବ୍ୟାଟିଂ କରିଥିବା ରିଙ୍କୁ ସିଂହ ତାଙ୍କ ଚିରାଚରିତ ବ୍ୟାଟିଂ କରି ମାତ୍ର ୨୧ ବଲ୍‌ରୁ ୩୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨‌ ଚୌକା ଓ ୩ ଛକା ସାମିଲ ଥିଲା। ଗାଏକ୍ବାଡ ୪୩ ବଲ୍‌ରୁ ୫୮ ରନ୍‌ ସଂଗ୍ରହ କରି ମ୍ୟାକର୍ଥିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷ ଭାଗରେ ଶିବମ ଦୁବେ ଦୁଇଟି ବିଶାଳ ଛକା ସହିତ ୧୬ ବଲ୍‌ରୁ ୨୨ ରନ୍‌ କରି ଭାରତକୁ ୧୮୫ ରନ୍‌ରେ ପହଞ୍ଚାଇଥିଲେ ।

ଜବାବରେ ଆଣ୍ଡି ବାଲବର୍ଣ୍ଣି ୫୧ ବଲ୍‌ରୁ ୭୨ ରନ୍‌ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ତ୍ବେ ଆୟର୍ଲାଣ୍ଡ୍‌ ୧୫୨ ରନ୍‌ରେ ଅଟକିଯାଇଥିଲା । ପ୍ରଥମ ମ୍ୟାଚ୍‌ ଭଳି ଯଶପ୍ରୀତ ବୁମ୍‌ରା ୨/୧୫, ପ୍ରସିଦ୍ଧ କୃଷ୍ଣ ୨/୨୯ ଏବଂ ରବି ବିଷ୍ଣୋଇ ୨/୩୭ ପ୍ରଭାବୀ ବୋଲିଂ କରି ଘରୋଇ ଦଳକୁ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇନଥିଲେ । ରିଙ୍କୁ ସିଂହ ନିଜ ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମ ଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe