ଟୋକିଓ ଅଲିମ୍ପିକ୍ସର ପୁରୁଷ ହକିରେ ବ୍ରୋଞ୍ଜ ପଦକ ପାଇଁ ଟକ୍କର : ଜର୍ମାନୀ ସହ ଖେଳୁଛି ଭାରତ; ୫-୩ରେ ଭାରତ ଆଗୁଆ

99

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ପଦକ ପାଇଁ ପଡିଆକୁ ଓହ୍ଲାଇଛି ଭାରତର ପୁରୁଷ ହକି ଦଳ । ଏହି ଐତିହାସିକ ମ୍ୟାଚରେ ଜର୍ମାନୀ ସହ ଟିମ୍ ଇଣ୍ଡିଆର ମୁକାବିଲା ଚାଲିଛି । କଡା ଟକ୍କରରେ ଚାଲିଛି ଲଢେଇ । ଜର୍ମାନୀକୁ ପଞ୍ଚମ ଗୋଲ ଦେଇଛି ଭାରତ । ଭାରତ ପକ୍ଷରୁ ପଞ୍ଚମ ଗୋଲ ଦେଇଛନ୍ତି ସିମରଜିତ୍ । ସେହିଭଳି ଚତୁର୍ଥ ଗୋଲ ଦେଇଥିଲେ ରୁପିନ୍ଦର । ପେନାଲଟି ଷ୍ଚ୍ରୋକକୁ ଗୋଲରେ ଭାରତ ପରିଣତ କରିଛି । ଜର୍ମାନୀଠାରୁ ଭାରତ ୫-୩ରେ ଆଗୁଆ ରହିଛି ।

ପୁରୁଷ ହକିରେ ଦୀର୍ଘ ୪ ଦଶନ୍ଧୀ ପରେ ସେମିଫାଇନାଲକୁ ଉଠିଥିଲା ଭାରତ । ଏକ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚରେ ୫-୨ ଗୋଲରେ ବେଲଜିୟମ ଠାରୁ ହାରି ଯାଇଥିଲା । ତେବେ ଅଲମ୍ପିକ୍ସ ହକିରେ ଭାରତ ଲଢୁଆ ପ୍ରଦର୍ଶନ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛି । ଏହି ପରାଜୟ ସହ ଗୋଲ୍ଡ ଓ ସିଲଭର ଦୌଡରୁ ବାଦ ପଡ଼ିଥିଲା ଭାରତ । ଏବେ ବ୍ରୋଂଜ ପଦକ ପାଇଁ ଆଶା ରଖିଛନ୍ତି ଭାରତୀୟ ହକି ପ୍ରେମୀ । ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ହକିରେ ଭାରତ କୌଣସି ପଦକ ପାଇବାକୁ ସକ୍ଷମ ହୋଇନାହିଁ ଭାରତ । ତେଣୁ ଏହି ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବେ ଭାରତୀୟ ଖେଳାଳି । ବିଶ୍ୱ ର୍ୟାଂକିଂରେ ଜର୍ମାନୀ ଠାରୁ ଗୋଟିଏ ର୍ୟାଙ୍କ ଉପରେ ରହିଛି ଭାରତ ।