ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍

1,265

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ମୋଇନ ଅଲ୍ଲୀ ଏହି ଟେଷ୍ଟରୁ ବାଦ ପଡିଛନ୍ତି ।

ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିଥିଲା । ଏହି ସିରିଜରେ ବେୟାରଷ୍ଟୋ ୪୭, ୩୫, ୨୮ ଓ ୨୯ ରନ କରିଥିଲେ । ସେହିପରି ମାର୍କ ଉଡଙ୍କୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୱିକେଟ ମିଳିନଥିଲା । ହେଲେ ଦ୍ୱିତୀୟ ଟେଷ୍ଟରେ ୩ଟି ୱିକେଟ ମିଳିଥିଲା ।

ଏହି ୪ଟିକିଆ ଟେଷ୍ଟ ସିରିଜରେ ଭାରତ ଗୋଟିଏ ଓ ଇଂଲଣ୍ଡ ଗୋଟିଏ ମ୍ୟାଚ ଜିତି ୧-୧ରେ ସିରିଜ ବରାବର ରଖିଛନ୍ତି । ଆଜି ଦ୍ୱିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୩୧୭ ରନରେ ପରାଜିତ କରି ଏହି ଟେଷ୍ଟ ସିରିଜକୁ କମବ୍ୟାକ କରିଛି । ତେବେ ଆଗାମୀ ଦୁଇଟି ଟେଷ୍ଟରେ ଭାରତ ଇଂଲଣ୍ଡକୁ ମାତ ଦେବାରେ ସଫଳ ହେବ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।