ଧୋନି ଏବଂ କେଦାର ଯାଦବଙ୍କ ଉପରେ ପ୍ରଶ୍ନ ଉଠାଇଲେ ପୂର୍ବ ଅଧିନାୟକ ! କ’ଣ ଭାରତର ବିଜୟ ପାଇଁ ଖେଳୁନଥିଲେ ଧୋନି ଏବଂ ଯାଦବ ?

2,921

 ରବିବାର ବର୍ମିଂହାମ୍ ରେ ଖେଳା ଯାଉଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ ମୁକାବିଲାରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୩୧ ରନ୍ ରେ ହରାଇଛି । ଭାରତର ଏହି ହାର୍ ପରେ ଟିମ୍ ଇଣ୍ଡିଆର ବ୍ୟାଟିଙ୍ଗ୍ ଉପରେ ଖାସ୍ କରି କେଦାର ଯାଦବ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ପାଇଁ ଏବେ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ୍ କିଛି ଭଲ ଯାଇନି । ଯେତେବେଳେ ମ୍ୟାଚକୁ ରନ୍ ଦରକାର ଥିଲା ଏହି ଦୁଇ ବ୍ୟାଟସମ୍ୟାନଙ୍କ ଗତି ଧିର ପଡିବାକୁ ଲାଗିଥିଲା । ୪୫ ଓଭର୍ ରେ ମାହିଙ୍କ ସାଥ୍ ଦେବାକୁ ମଇଦାନରେ କେଦାର ଯାଦବ ଆସିଥିଲେ ଏବଂ ଭାରତକୁ ସେତେବେଳେ ୩୧ ବଲରେ ୭୧ ରନର ଆବଶ୍ୟକତା ଥିଲା । କିନ୍ତୁ ଦୁହିଁଙ୍କ ବ୍ୟାଟ୍ ପଡିଆରେ ସେତେ ଆଖିଦୃଶିଆ ହୋଇପାରିନଥିଲା । ଧୋନି ୩୧ ବଲରେ ୪ ଚଉକା ଏବଂ ଗୋଟିଏ ଛକା ମାରିଥିଲେ । ତେବେ ମଜାର କଥା ଟିମ୍ ଇଣ୍ଡିଆ ତରଫରୁ ପାହାଡର ଲକ୍ଷ୍ୟରେ କେବଳ ଗୋଟିଏ ହିଁ ଛକା ଲାଗିଥିଲା ସେ ବି ଶେଷ ଓଭରରେ । ଅନ୍ୟପକ୍ଷରେ କେଦାର ଯାଦବ ୧୩ ବଲରେ ୧୨ ରନ୍ କରି ଗୋଟିଏ ଚଉକା ଲଗାଇଥିଲେ ।

ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବା ସମୟରେ ବ୍ୟାଟିଙ୍ଗ୍ ଦେଖି ପୂର୍ବ କ୍ୟାପଟେନ୍ ତଥା କମେଣ୍ଟଟେଟର୍ ସୌରବ ଗାଙ୍ଗୁଲୀ କହିଥିଲେ , ଆପଣଙ୍କ ପାଖରେ ୫ ଟି ୱିକେଟ୍ ଅଛି ଏହାପରେ ବି ଆପଣ ବିଜୟ ପାଇଁ ପ୍ରୟାସ କରୁନାହାନ୍ତି । ଏହା ଆପଣଙ୍କ ମାଇଣ୍ଡ ଚେଟ୍ କୁ ଦର୍ଶାଉଛି । ଆଫଗାନିସ୍ତାନ ମ୍ୟାଚରେ ବି ଏହି ଜୁଗଳବନ୍ଦୀର ଖୁବ୍ ଆଲୋଚନା ହୋଇଥିଲା ।