ଅହମ୍ମଦାବାଦର ମୋଟେରାରେ ଆଜି ଖେଳାଯିବ ପଂଚମ ଟି ୨୦ : ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ମ୍ୟାଚ ଉପରେ ରହିଛି କ୍ରିକେଟ ପ୍ରେମୀଙ୍କ ନଜର

ବିଜୟୀ ଦଳ କବଜା କରିବ ସିରିଜ

145

କନକ ବ୍ୟୁରୋ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ଟି ୨୦ ସିରିଜର ଶେଷ ତଥା ପଂଚମ ମ୍ୟାଚ୍ । ବର୍ତମାନ ଟି ୨୦ ସିରିଜ ୧-୧ ସ୍ତରରେ ସମାନ ରହିଛି । ତେଣୁ ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ , ସିଏ ସିରିଜ କବଜା କରିବ । ସେଥିପାଇଁ ଏହି ଶେଷ ଟି ୨୦ ଫାଇନାଲ ମ୍ୟାଚ୍ ପରି ରହିବ ।

ଚତୁର୍ଥ ଟି ୨୦ରେ ଭାରତ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଥିଲା । ତେଣୁ ଦଳର ମନୋବଳ ଉଚ୍ଚା ରହିଛି । ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ, ରିସଭ ପନ୍ତ, ଶ୍ରେୟସ ଆୟାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଭଲ ଫର୍ମରେ ରହିଛନ୍ତି । ତେଣୁ ଆଜି ଆଉ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି । ଆଜି ସଂଧ୍ୟା ୭ଟାରେ ଏହି ମ୍ୟାଚ୍ , ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ସମ୍ଭାବ୍ୟ ଭାରତ : ରୋହିତ ଶର୍ମା, କେଏଲ୍‌ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଶାର୍ଦୁଲ ଠାକୁର, ଭୁବନେଶ୍ବର କୁମାର, ରାହୁଲ ଚହର।

ସମ୍ଭାବ୍ୟ ଇଂଲଣ୍ଡ : ଜାସନ୍ ରୟ, ଜୋସ ବଟଲର୍‌, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ୍‌ ‌ଷ୍ଟୋକ୍ସ, ଇଅନ ମୋର୍ଗାନ୍‌ (ଅଧିନାୟକ), ସାମ କରନ୍‌, କ୍ରିସ୍ ଜୋର୍ଡାନ୍‌, ଜୋଫ୍ରା ଆର୍ଚର, ମାର୍କ ଉଡ୍‌, ଆଦିଲ ରସିଦ୍।