ରୋଚକ ମୋଡରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ ।

90

କନକ ବ୍ୟୁରୋ: ରୋଚକ ମୋଡରେ ରାଞ୍ଚିରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଜିତିବାକୁ ଭାରତକୁ ଦରକାର ଆଉ ୧୫୨ ରନ, ଇଂଲଣ୍ଡକୁ ଦରକାର ୧୦ ୱିକେଟ୍ । ମ୍ୟାଚ୍ ଜିତି ସିରିଜ ବିଜୟୀ ଲକ୍ଷରେ ରୋହିତ ବାହୀନୀ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ ୪୦ ରନ କରିଛି । ଓପନର ରୋହିତ ର୍ଶମା ୨୪ ଏବଂ ଯଶସ୍ୱୀ ଜୟସ୍ୱାଲ ୧୬ ରନ କରି ଅପରାଜିତ ଅଛନ୍ତି । ଦୁଇ ଦିନ ଖେଳ ବାକି ରହିଥିବାରୁ ମ୍ୟାଚର ଫଳାଫଳ ଆସିବା ନିଶ୍ଚିତ ।

ଭାରତ ଯଦି ଜଗିରଖି ବ୍ୟାଟିଂ କରେ ତେବେ ଏହି ମ୍ୟାଚ ଜିିତିବା ଏତେ କଷ୍ଟ ହେବ ନାହିଁ । କିନ୍ତୁ ପିଚ୍ ଖରାପ ହୋଇଯାଇଥବାରୁ ଆଜି ବଲରେ ଟର୍ଣ୍ଣ ଅଧିକ ଦେଖିବାକୁ ମିଳିପାରେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୫୩ ରନ କରିଥିଲା ଯବାବରେ ଭାରତ ୩୦୭ ରନ କରିଥିଲା । କିନ୍ତୁ ଦ୍ୱିତୀୟ ଇନିସରେ ଇଂଲଣ୍ଡର ବ୍ୟାଟିଂ ବପିର୍ଯ୍ୟୟ ଘଟିଥିଲା । ଆଉ ମାତ୍ର ୧୪୫ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନୀ ୫ ଟି ୱିକେଟ ନେଇଥିବା ବେଳେ କୁଳଦୀପ ଯାଦବ ୪ ଟି ୱିକେଟ ନେଇଥିଲେ । ତେବେ ରାଂଚି ଟେଷ୍ଟକୁ ମିଶାଇ ଶୃଙ୍ଖଳାରେ ଖେଳାଯାଇଥିବା ୪ ମ୍ୟାଚରୁ ୨-୧ରେ ଆଗୁଆ ରହିଛି ଟିମ ଇଣ୍ଡିଆ ।