ରୋମାଞ୍ଚକର ସ୍ଥିତିରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଜିତିବା ପାଇଁ ଭାରତକୁ ଦରକାର ୯ ୱିକେଟ୍, ଇଂଲଣ୍ଡକୁ ଆବଶ୍ୟକ ୩୩୨ ରନ ।

108

କନକ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଇଣ୍ଡିଆ ଇଲଣ୍ଡ ଦ୍ୱିତୀୟ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ୱିକେଟ ହରାଇ ୬୭ ରନ କରିଛି । ଇଲଣ୍ଡକୁ ମ୍ୟାଚ ଜିତିବାକୁ ଆହୁରି ୩୩୨ ରନର ଆବଶ୍ୟକତା ରହିଥିବା ବେଳେ ଭାରତକୁ ଜିତିବା ପାଇଁ ୯ ୱିକେଟର ଆବଶ୍ୟକତା ରହିଛି । ଦୁଇ ଦିନ ଖେଳ ବାକି ଥିବାରୁ ଆଜି ମ୍ୟାଚର ଫଳାଫଳ ଆସିଯିବ ବୋଲି ଅନୁମାନ କରାଯାଉଛି । ମୁକେଶ କୁମାର ଗୋଟିଏ ୱିକେଟ୍ ନେଇଛନ୍ତି । ଯଶପ୍ରିତ ବୁମ୍ରା ଭଲ ଫର୍ମରେ ଥିବାରୁ ଭାରତ ଆଊ ୯ ୱିକେଟ୍ ନେଇ ମ୍ୟାଚ ଜିତିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରିବ ।

ଅନ୍ୟପଟେ ୧୧ ମାସ ପରେ ଫର୍ମକୁ ଫେରିଛନ୍ତି ଶୁଭମନ ଗିଲ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଇନିସରେ ଶତକ ମାରିଛନ୍ତି ଗିଲ । ୧୦୫ ରନ କରି ଆଉଟ ହୋଇଛନ୍ତି ଗିଲ । ଗିଲଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିସରେ ୨୫୫ ରନ କରିବାରେ ସକ୍ଷମ ହୋଇଥିଲା । ପ୍ରଥମ ଇନିସରେ ଭାରତ ୩୯୬ ରନ କରିଥିବା ବେଳେ ଇଂଲଣ୍ଡ ୨୫୩ ରନ କରିଥିଲା ।