ଫାଇନାଲ ପାଇଁ ଆଉ ମାତ୍ର ଗୋଟିଏ ପାଦ : ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି ସେମିଫାଇନାଲରେ ବିଶ୍ୱବିଜେତା ବେଲଜିୟମ ସହ ଭାରତର ଟକ୍କର, ନଜରରେ ଓଡିଆ ଖେଳାଳି

151

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତର ମୁକାବିଲା ବିଶ୍ୱବିଜେତା ବେଲଜିୟମ ସହ ହେବ । ପ୍ରାୟ ୪ ଦଶନ୍ଧି ବା ୪୯ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ରବିବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇଥିଲା ଭାରତା ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଲମ୍ପିକ ହକିର ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଭାରତୀୟ ହକି ଟିମ ।

ପୁରୁଷ ହକି ମୁକାବିଲାର ସେମିଫାଇନାଲରେ ଭାରତ, ସମେତ ବେଲଜିୟମ, ଜର୍ମାନୀ ଓ ଅଷ୍ଟ୍ରେଲିଆ ସ୍ଥାନ ପକ୍କା କରିଛନ୍ତି । ବର୍ତ୍ତମାନ ଫର୍ମରେ ଅଛନ୍ତି ମନପ୍ରୀତ ବାହିନୀ । ଆଜିର ହାଇଭୋଲଟେଜ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ସେମିଫାଇନାଲ ଓ ଫାଇନାଲରେ ମଧ୍ୟ ଭାରତର ଏହି ବିଜୟ ଧାରା ବଜାୟ ରହିବ ବୋଲି ଆଶା ପ୍ରକାଶ କରାଯାଉଛି । ଏବେ ଫର୍ମରେ ଅଛନ୍ତି ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ମନପ୍ରୀତ, ହରମନପ୍ରୀତ । ତେଣୁ ଏହି ଖେଳାଳି ବି ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।