ଆଜି ନାଗପୁର ଟି- ୨୦: ଭାରତ-ବାଂଲାଦେଶ ମଧ୍ୟରେ ହେବ କଡା ଟକ୍କର; ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଟିମ୍ ଇଣ୍ଡିଆ

ସେପଟେ ରିଷଭଙ୍କୁ ମିଳିଲା ଅଧିନାୟକଙ୍କ ସମର୍ଥନ; ରୋହିତ କହିଲେ ପନ୍ଥକୁ ନେଇ ବନ୍ଦ କର ଚର୍ଚ୍ଚା, ସ୍ୱାଭାବିକ ଖେଳିବାକୁ ଛାଡିଦିଅ

256

କନକ ବ୍ୟୁରୋ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଉଭୟ ଦେଶ ମଧ୍ୟରେ ସିରିଜ ବରାବର ରହିଥିବାରୁ ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱବହନ କରୁଛି । ବାଂଲାଦେଶ ଦିଲ୍ଲୀ ମ୍ୟାଚ ଜିତିଥିବା ବେଳେ ଇଣ୍ଡିଆ ରାଜକୋଟ ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତନ କରିଥିଲା । ତେବେ ଆଜିର ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଫ୍ୱିକେଟ କିପର ରିଷଭ ପନ୍ଥଙ୍କ ସପକ୍ଷରେ ବାହାରିଛନ୍ତି । ରିଷଭ ପଡିଆରେ ନିଜ ଇଚ୍ଛାରେ ସେଥିପାଇଁ ଆମେ ତାଙ୍କୁ ପୁରା ଅନୁମତି ଦେବା ଦରକାର ବୋଲି କହିଛନ୍ତି । ସେ ଜଣେ ବିସ୍ଫୋରକ ଓ ସାହସୀ ବ୍ୟାଟସମ୍ୟାନ ବୋଲି କହିଛନ୍ତି । ପନ୍ଥ ବାରମ୍ବାର ଫିଲ୍ଡରେ ତ୍ରୁଟି ଏବଂ ବ୍ୟାଟିଂରେ ନିଜର କମାଲ ଦେଖାଇ ନପାରିବା କାରଣରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ବାଂଲାଦେଶ ବିପକ୍ଷରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପୂର୍ବରୁ ନିଜର ପ୍ରଦର୍ଶନ ନେଇ ଆଲୋଚନା ଓ ସମାଲୋଚନାର ଶିକାର ହେଉଥିବା ଋଷଭ ପନ୍ତଙ୍କୁ ସମର୍ଥନ ଜଣାଇଛନ୍ତି ରୋହିତ ଶର୍ମା । ରୋହିତ କହିଛନ୍ତି, ଋଷଭ ପନ୍ତଙ୍କୁ ଛାଡ଼ିଦିଅନ୍ତୁ। କାରଣ ସେ ଟିମ୍ ପରିଚାଳନାର ରଣନୀତି ପାଇଁ ଉଦ୍ୟମ କରୁଛନ୍ତି। ଅନେକ ସମୟରେ ପନ୍ତଙ୍କ ଖେଳକୁ ନେଇ ଆଲୋଚନା ହେଉଛି। ରାଜକୋଟରେ ବାଂଲାଦେଶ ବିପକ୍ଷରେ ଟି-୨୦ରେ ତାଙ୍କର ଖରାପ କିପିଙ୍ଗ ନେଇ ଆଲୋଚନା ହୋଇଛି। ଋଷଭ ପନ୍ତ ଜଣେ ନିର୍ଭିକ କ୍ରିକେଟର ଏବଂ ଆମେ (ଟିମ୍ ପରିଚାଳନା) ତାଙ୍କୁ ସ୍ୱାଧୀନତା ଦେବା ଦରକାର। ଯଦି ଆପଣ କିଛି ସମୟ ପାଇଁ ତାଙ୍କର ଉପରେ ନଜର ନ ପକାଇବେ, ସେ ଭଲ ପ୍ରଦର୍ଶନ କରିପାରିବେ ବୋଲି ରୋହିତ ଶର୍ମା କହିଛନ୍ତି ।