ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ । ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ସ୍ଥିତି, ସେପଟେ ବାତ୍ୟା ବିଗାଡିପାରେ ଖେଳ ।

340

କନକ ବ୍ୟୁରୋ : ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ । ରାଜକୋଟରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଟି ୨୦ ହାରିଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ କର ବା ମର ଭଳି ସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚ୍ ଜିତିଲେ ଭାରତ ସିରିଜ୍ ବଂଚାଇ ରଖିପାରିବ । ଅନ୍ୟପଟେ ବଂଲାଦେଶ ଆଜିର ମ୍ୟାଚ୍ ଜିତିଲେ ଆଗୁଆ ସିରିଜ କବଜା କରିବ । ଏହାକୁ ନେଇ ଚାପରେ ରହିଛି ରୋହିତ ବାହିନୀ ।

ରାଜକୋଟରେ ଆଜି ରାତି ୭ଟାରେ ଖେଳାଯିବ ମ୍ୟାଚ୍ । ସେପଟେ ସାମୁଦ୍ରିକ ବାତ୍ୟା ମହା କାରଣରୁ ଏହି ମ୍ୟାଚ୍ ପାଇଁ ରହିଛି ବର୍ଷା ଭୟ । ବର୍ଷା ହେଲେ ଖେଳ ବାତିଲ ହେବା ଆଶଙ୍କା ବି ରହିଛି । ପ୍ରଥମ ଟି ୨୦ ଜିତି ସିରିଜରେ ୧-୦ରେ ଆଗୁଆ ରହିଥିବାରୁ ଭାରତ ଉପରେ ଏହି ମ୍ୟାଚରେ ଚାପ ରହିବ । ଭାରତ ଯଦି ଏହି ମ୍ୟାଚ୍ ହାରି ସିରିଜରେ ହାରୁଛି ତେବେ ପ୍ରଥମ ଥର ପାଇଁ ଭାରତ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ହାରିବାର ଅଲୋଡା ରେକର୍ଡ କରିବ ।