ବିସିସିଆଇର ଦାବି ଆଗରେ ମୁଣ୍ଡ ନୂଆଁଇଲା ଅଷ୍ଟ୍ରେଲିଆ : ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି

ଖେଳାଳି ବ୍ୟବହାର କଲେ ଜିମ୍ ଏବଂ ସୁଇମିଂ ପୁଲ୍, ବାହାରୁ ମଗାଇଲେ ଖାଦ୍ୟ

202

କନକ ବ୍ୟୁରୋ : ବିସିସିଆଇର ଚାପ ଆଗରେ ମୁଣ୍ଡ ନୂଆଁଇଲା କ୍ରିକେଟ ଅଷ୍ଟ୍ରେଲିଆ । ହୋଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଲା ସିଏ । ବ୍ରିସବେନରେ ହୋଟେଲରେ ପହଂଚିବା ପରେ ଭାରତୀୟ ଖେଳାଳିମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ନେଇ ଅଭିଯୋଗ କରିବାରୁ ଭାରତୀୟ କ୍ରିିକେଟ ବୋର୍ଡ଼ ହସ୍ତକ୍ଷେପ କରିଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆ ଦେଇଥିବା ପୂର୍ବ ପ୍ରତିଶ୍ରୁତି ଉପରେ ଅଟଳ ରହିଥିଲା । ଶେଷରେ ବିସିସିଆଇର ଚାପ ଆଗରେ ମୁଣ୍ଡ ନୁଆଁଇଲା ଅଷ୍ଟ୍ରେଲିଆ ।

ହୋଟେଲର ସମସ୍ତ ସୁବିଧା ଯୋଗାଇଦେବାକୁ ବାଧ୍ୟ ହୋଇଛି କ୍ରିକେଟ ଅଷ୍ଟ୍ରେଲିଆ । ବିସିସିଆଇର ପ୍ରମୁଖ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ କ୍ରିକେଟ ଅଷ୍ଟ୍ରେଲିଆ ଅଧିକାରୀ ଏବସହ ଆଲୋଚନା କରିବା ପରେ ସେଠାର କର୍ତୃପକ୍ଷଙ୍କୁ ମାମଲାର ହସ୍ତାନ୍ତର କରାଯାଇଥିଲା । ଭାରତୀୟ ଦଳର ସଦସ୍ୟମାନେ ଜିମ୍, ସୁଇମିଂ ପୁଲ୍ ବ୍ୟବହାର କରିପାରିବା ସହିତ ସେମାନଙ୍କୁ ନିଦିଷ୍ଟ ସମୟରେ କିପରି ଖାଦ୍ୟ ଓ ପାନୀୟ ସେବା ଯୋଗାଇ ଦିଆଯିବ ସେନେଇ କ୍ରିକେଟ ଅଷ୍ଟ୍ରେଲିଆ ପଦକ୍ଷେପ ନେଇଛି । ଭାରତୀୟ ଦଳ ପାଇଁ ବ୍ରିସ୍ବେନରେ କଟକଣା କୋହଳ କରିବାକୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଳିଆ ଆଗଭର ହୋଇଛି ।