କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆସନ୍ତା ୭ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ତେବେ ଆପଣ ଜାଣିଛନ୍ତି କି, ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଡ୍ର’ରେ ଶେଷ ହୁଏ, ତେବେ କେଉଁ ଟିମ୍ ବିଜେତା ଘୋଷିତ ହେବ?
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ଇଂଲଣ୍ଡରେ ଖେଳାଯିବାକୁ ଥିବାବେଳେ, ବର୍ଷାର କୌଣସି ଅନୁମାନ ନାହିଁ । ଯାହାକି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ତେବେ ଯଦି ବି ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହେଲା, ତେବେ ଏଥିପାଇଁ ରିଜର୍ଭ ଡେ ମଧ୍ୟ ରହିଛି ।
ଅନ୍ୟପଟେ ଫାଇନାଲ ମ୍ୟାଚରେ ପ୍ରତିଦିନ ୬ ଘଣ୍ଟା ମ୍ୟାଚ୍ ଖେଳାଯିବ । ୫ଦିନରେ ଯଦି ୩୦ ଘଣ୍ଟା ଖେଳ ସମ୍ଭବ ନହୁଏ, ତେବେ ରିଜର୍ଭ ଡେ’ର ବ୍ୟବହାର କରାଯିବ । ଏହାପରେ ବି ଯଦି ମ୍ୟାଚର ରେଜଲ୍ଟ ନଆସେ, ତେବେ ଦୁଇଟି ଯାକ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବାର ନିୟମ ରହିଛି ।
ସୂଚନାଯୋଗ୍ୟ, ଏଥର ପ୍ରଥମ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଗତଥର ନ୍ୟୁଜିଲାଣ୍ଡ ଏବଂ ଭାରତ ଭିତରେ ଏହି ମ୍ୟାଚ୍ ଖେଳାଯାଇଥିବାବେଳେ, ନ୍ୟୁଜିଲାଣ୍ଡ ପ୍ରଥମ ଥରର ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଚାମ୍ପିୟନ୍ ହେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/06/100717171.webp)