କନକ ବ୍ୟୁରୋ: ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମ ହେବ କଡା ଟକ୍କର । ଶୁଭମନ ଗିଲ ଅସୁସ୍ଥ ଥିବାରୁ ଇସାନ କିଶାନ କରିପାରନ୍ତି ଓପନିଂ । ୩ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ଭାରତ । ବିଳମ୍ବରେ ଟିମରେ ସାମିଲ ପାଇଥିବା ରବିରନ୍ଦ୍ରନ ଅଶ୍ୱିନୀଙ୍କୁ ମଳିପାରେ ସୁଯୋଗ । ତେବେ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।