ଭାରତୀୟ ବୋଲର କୁଲଦୀପ ଯାଦବ ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ୍ ପଠାଇଛନ୍ତି। କୁଲଦୀପ ଅଧିନାୟକ ଆରୋନ୍ ଫିଞ୍ଚ, ସନ୍ ମାର୍ସ (୭ରନ୍) ଓ ପେଟର ହ୍ୟାଣ୍ଡସ୍କମ୍ବ (୦ ରନ୍)ଙ୍କୁ ଆଉଟ୍ କରିଛନ୍ତି। ମାତ୍ର ଓପନର୍ ଆରୋନ୍ ଫିଞ୍ଚି ଓ ଉସ୍ମାନ୍ ଖାଓ୍ଵାଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ୩୧୪ ରନ୍ ବିଜୟ ଲକ୍ଷ୍ୟ ମିଳିଛି। ପ୍ରଥମ ଓ୍ଵିକେଟ୍ରେ ୧୯୩ ରନ୍ କରି ଇନିଂସ୍ର ମଜବୁତ୍ ସ୍ଥିତିରେ ପହଂଚି ଥିଲା। ଝାଡ଼ଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସ୍ (ଜେଏସ୍ସିଏ) ଷ୍ଟାଡିୟମ୍ରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା।
ପାଞ୍ଚ ଦିନିକିଆ ଶୃଙ୍ଖଳାର ୩ୟ ମୁକାବିଲାରେ ଶୁକ୍ରବାର ଭାରତକୁ ୩୧.୫ ଓଭରରେ ପ୍ରଥମ ସଫଳତା ମିଳିଥିଲା। ଅଧିନାୟକ ଫିଞ୍ଚ (୯୩ ରନ୍, ୯୨ ବଲ୍, ୧୦ ଚୌକା ଓ ୩ ଛକା) କୁଲଦୀପ ଯାଦବଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।। ଦ୍ୱିତୀୟ ଓ୍ଵିକେଟ୍ ଭାବରେ ଅଷ୍ଟ୍ରେଲିଆ ଉସ୍ମାନ ଖାଓ୍ଵାଜା (୧୦୪ ରନ୍, ୧୧୩ ବଲ୍, ୧୧ ଚୌକା ଓ ୩ ଛକା) ଆଉଟ୍ ହୋଇଥିଲେ। ସେ ମହମ୍ମଦ ସାମିଙ୍କ ବଲ ଯଶପ୍ରୀତ ବୁମରାଙ୍କୁ ଦେଇଥିଲେ।
ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ୍ ୩୧ଟି ବଲ ଖେଳି ୪୭ ରନ୍ କରିବା ପରେ ଓ୍ଵିକେଟ୍କିପର ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଦେଜାଙ୍କ ଦ୍ୱରା ରନ୍ ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ଅଷ୍ଟ୍ରେଲିଆ ୨୩୯ ରନ୍ରେ ଉସ୍ମାନ୍, ୨୫୮ ରନ୍ରେ ମ୍ୟାକ୍ସୱେଲ୍, ୨୬୩ ରନ୍ରେ ସନ ମାର୍ସ, ୨୬୩ ରନ୍ରେ ପେଟର ହେଣ୍ଡସ୍କମ୍ବଙ୍କୁ ହରାଇଥିଲା। ମାର୍କସ ଷ୍ଟୋଇନିସ୍ ଅପରାଜିତ ୩୧ ରନ୍ ଓ ଆଲେକ୍ସ କେରି ଅପରାଜିତ ୨୧ ରନ୍ କରିଥିବା ବେଳେ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ ନେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Australia.jpg)
/kanak/media/post_attachments/wp-content/uploads/2019/03/D1IhQ1qUwAAQs50-300x214.jpg)
/kanak/media/post_attachments/wp-content/uploads/2019/03/D1IhftrU0AIG19F-300x200.jpg)